Latest Odisha News

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୧୧ ହଜାର ପଜିଟିଭ୍, ସୁସ୍ଥ ହେଲେ ୩ଲକ୍ଷ ୬୨ହଜାର

ନୂଆଦିଲ୍ଲୀ: ଦେଶରେ କମିଛି ଦୈନିକ ସଂକ୍ରମଣ । ବଢୁଛି ସୁସ୍ଥଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୧୧ହଜାର ୧୭୦ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩ଲକ୍ଷ ୬୨ହଜାର ୪୩୭ ସଂକ୍ରମିତ । ଅର୍ଥାତ୍ ଆକ୍ରାନ୍ତଙ୍କ ଅପେକ୍ଷା ଆଜି ୫୦ହଜାର ଅଧିକ ଆରୋଗ୍ୟ ଲାଭ କରିଛନ୍ତି ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୨କୋଟି ୪୬ଲକ୍ଷ ୮୪ ହଜାର ପାର କରିଛି । ସୁସ୍ଥ ସଂଖ୍ୟା ରହିଛି ୨କୋଟି ୭ଲକ୍ଷ ୯୫ହଜାର ୩୩୫ । ଗତ ଦୁଇ ଦିନ ହେବ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ତଳେ ରହିଛି । ସୁସ୍ଥ ସଂଖ୍ୟା କ୍ରମାଗତ ବଢୁଛି । ଦେଶରେ ଏବେ ୩୬ଲକ୍ଷ ୧୮ହଜାର ୪୫୮ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଦେଶରେ ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ଗତକାଲି କମିବା ପରେ ଆଜି ପୁଣି ଥରେ ଚାରି ହଜାର ପାର କରିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀରେ ଆଉ ୪ହଜାର ୭୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୨ଲକ୍ଷ ୭୦ ହଜାର ୨୮୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.