Latest Odisha News

BREAKING NEWS

ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି ବାତ୍ୟା ତାଉ’ତେ

ନୂଆଦିଲ୍ଲୀ: ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ତାଉ’ତେ । ଅଧିକ ଘନୀଭୂତ ହେଉଛି । ପ୍ରଳୟଙ୍କରୀ ରୂପ ଧାରଣ କରି ଆଗକୁ ବଢୁଛି । ଆଜି ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି । ଏବେ ଘଣ୍ଟାପ୍ରତି ୧୧ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ପାଞ୍ଜିମ-ଗୋଈ ଉପକୂଳରୁ ୧୩୦ କିଲୋମିଟର ପଶ୍ଚିମ-ଦକ୍ଷଣି ପଶ୍ଚିମ ଦିଗରେ ମୁମ୍ବାଇ ଉପକୂଳରୁ ୪୫୦ କିଲୋମିଟର ଦକ୍ଷିଣ ଓ ଗୁଜରାଟ ଭରାଭଲଠାରୁ ୭୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି ।
ଗୁଜରାଟ ପୋରବନ୍ଦର-ମହୁଭା ନିକଟରେ ଲ୍ୟାଣ୍ଡଫଲ୍
ଆସନ୍ତା ୧୪ ଘଣ୍ଟାରେ ତାଉ’ତେ ଅଧିକ ଘନୀଭୂତ ହେବ । ଏହାପରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟା ବେଳକୁ ଗୁଜରାଟ ଉପକୂଳ ମୁହାଁ ହେବ । ୧୮ ତାରିଖ ସକାଳୁ ସକାଳୁ ଗୁଜରାଟ ଉପକୂଳର ପୋରବନ୍ଦର-ମହୁଭା ନିକଟରେ ବାତ୍ୟା ତାଉ’ତେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲ୍ୟାଣ୍ଡଫଲ୍ ବେଳକୁ ଘଣ୍ଟାପ୍ରତି ୧୫-୧୬୦ କିଲୋମିଟର ବେଗରେ ପବନ ବହିବ । ଏହା ବଢ଼ି ୧୭୦ କିଲୋମିଟର ବି ହୋଇପାରେ ।
କର୍ଣ୍ଣାଟକ ଓ କେରଳ ଉପକୂଳରେ ପ୍ରବଳ ବର୍ଷା
ଏହାର ପ୍ରଭାବରେ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଅଶାନ୍ତ ସମୁଦ୍ର କୂଳ ଲଂଘିଛି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପାଣି ପ୍ରବେଶ କରିଛନ୍ତି । ସେହିପରି ତାମିଲନାଡୁ ଉପକୂଳରେ ବି ବର୍ଷା ହେବ । କୋଙ୍କଣ ଓ ଗୋଆର ବିଭିନ୍ନ ସ୍ଥାନରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବ ।
ଗୁଜରାଟର ରଚିବ ତାଣ୍ଡବ ତାଉ’ତେ
ସ୍ଥଳଭାଗ ଛୁଇଁବା ପରେ ଗୁଜରାଟରେ ତାଣ୍ଡବ ରଚିବ ତାଉ’ତେ । ସୌରାଷ୍ଟ୍ର, କଚ୍ଚ ଓ ଡିଉରେ ଆସନ୍ତାକାଲି ଓ ୧୮ ତାରିଖ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଘଣ୍ଟାପ୍ରତି ୧୨୦-୧୩୦ କିଲୋମିଟର ବେଗରେ ପବନ ବହିବ । ଧୀରେ ଧୀରେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୧୪୫ କିଲୋମିଟର ଛୁଇଁବ ।

BjdElectrycity

ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ୩ଦିନ ମତ୍ସ୍ୟଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି । ଗୁଜରାଟର କଚ୍ଚ, କୋରବନ୍ଦର, ଜୁନାଗଡ଼, ଆମରେଲୀ, ଜାମନଗର, ଭାବନଗର, ରାଜକୋଟ, ଦ୍ୱାରକା, ଦେବଭୂମି ଆଜି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି ।

Leave A Reply

Your email address will not be published.