Latest Odisha News

BREAKING NEWS

ବଣ୍ଡାଘାଟିରେ କରୋନା; ୧୨ ଜଣ ସଂକ୍ରମିତ, ୪ ସୁସ୍ଥ  

ମାଲକାନଗିରି: ବଣ୍ଡାଘାଟିରେ ପଶିଲା କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଥିବା ବେଳେ ପ୍ରଥମ ଥର ପାଇଁ ବଣ୍ଡାଘାଟିରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବଣ୍ଡାଘାଟିର ପ୍ରାୟ ୧୨ ଜଣ ଆଦିମ ଆଦିବାସୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ୮ ଜଣ ହୋମ୍ ଆଇସୋଲସେନରେ ଥିବାବେଳେ ୪ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି ।

BjdElectrycity

ପ୍ରଶାସନ ସୂଚନା ଅନୁସାରେ, ହୋମ୍ ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ରହିଛି । ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ରାପିଡ୍ ରେସପନ୍ସ ଟିମ୍ ନଜର ରଖିଛି । ଆବଶ୍ୟକ ଔଷଧ ଦିଆଯାଉଛି । ଏନେଇ ଖଇରପୁଟ ମେଡିକାଲ୍ ଅଫିସର ଦେବବ୍ରତ ବାରିକ ସୂଚନା ଦେଇଛନ୍ତି । ବଣ୍ଡାଘାଟିରେ କରୋନାର ପ୍ରଥମ ମାମଲା ଏପ୍ରିଲ୍ ୨୬ରେ ଚିହ୍ନଟ ହୋଇଥିଲା । ମେ ୧୩ ସୁଦ୍ଧା ବଣ୍ଡା ଘାଟିରେ ସଂକ୍ରମିତଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି ।

ଆଦିମ ଜନଜାତି ବଣ୍ଡା ୨ଟି ଭାଗରେ ବିଭକ୍ତ ଯଥା- ଲୋୟର ବଣ୍ଡା ଏବଂ ଅପର ବଣ୍ଡା । ବଣ୍ଡା ଘାଟିର ତଳେ ରହୁଥିବା ଲୋକଙ୍କୁ ଲୋୟର ବଣ୍ଡା କୁହାଯାଏ । ଯେତେବେଳେ କି ଆଧୁନିକ ସଭ୍ୟତାର ଦୂରରେ ଅପର ବଣ୍ଡା । ସେମାନେର ୧୩୦ ସ୍କୋୟାର୍ କିଲୋମିଟର ପରିଧିରେ ମୁଦୁଲିପଡ଼ା ଓ ଖଇରପୁଟ ବ୍ଲକର ୩୨ଟି ଗାଁରେ ବସବାସ କରନ୍ତି ।

ସେମାନଙ୍କ ଜନସଂଖ୍ୟା ପ୍ରାୟ ୬ ହଜାର । ଗତବର୍ଷ କରୋନା ସଂକ୍ରମଣ ଆରମ୍ଭ ବେଳେ ଏହି ଆଦିମ ଜନଜାତିର କେହି ସଂକ୍ରମିତ ହୋଇନଥିଲେ । ଏବେ ବଣ୍ଡାଘାଟିରେ ସଂକ୍ରମଣ ଯେଭଳି ନ ବ୍ୟାପିବ ସେନେଇ ପଦକ୍ଷେପ ନିଆଯାଉଥିବା ପ୍ରଶାସନ କହିଛି । ସେଠାରେ ସାପ୍ତାହିକ ହାଟ ବନ୍ଦ ରହିଛି । ସେମାନଙ୍କୁ କରୋନା ନେଇ ସଚେତନ କରାଯାଇଥିବା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବଳମୁକୁନ୍ଦ ଭୂୟାଁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.