Latest Odisha News

ରାଜ୍ୟରେ କଲବଲ କରୁଛି ଶୀତ, ୧୧ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ। ବଢୁଛି ଥଣ୍ଡା । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଜନଜୀବନ ଅସ୍ତବ୍ୟସ୍ତ । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଦାରିଙ୍ଗିବାଡ଼ିରେ ପାରଦ ରହିଛି ୭ ଡିଗ୍ରୀ ସେଲସିୟସ୍।

ଝାରସୁଗୁଡ଼ାରେ ୮.୨, ବାରିପଦା ୮.୫, ସୁନ୍ଦରଗଡ଼ ଓ କୋରାପୁଟରେ ରାତିର ତାପମାତ୍ରା ୯ ଡିଗ୍ରୀ ସେଲସିୟସକୁ ଖସିଛି । ସେହିପରି ତାଳଚେରରେ ୯.୩, କେନ୍ଦୁଝର ୯.୪, ଭବାନୀପାଟଣା ୯.୬, ସୋନପୁର ୯.୬ ଓ ବଲାଙ୍ଗିରରେ ରେକର୍ଡ ହୋଇଛି ୯.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ।

ଏହି ସମୟରେ କଟକରେ ୧୧.୫ ଓ ଭୁବନେଶ୍ୱରରେ ପାରଦ ରହିଛି ୧୨.୨ ଡିଗ୍ରୀ ସେଲସିୟସ୍ । ଆଗାମୀ କିଛି ଦିନ ଏଭଳି ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।

Leave A Reply

Your email address will not be published.