Latest Odisha News

BREAKING NEWS

ଦେଶରେ ଆଜି ୨୨ ହଜାର ପାର କଲା କରୋନା ସଂକ୍ରମଣ, ୧୨୬ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ସଂକ୍ରମଣ । ଦୈନିକ ସଂକ୍ରମଣ ଆଜି ୨୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୨ହଜାର ୮୫୪ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୨ଲକ୍ଷ ୮୫ହଜାର ୫୬୧କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରୁ ସାମନାକୁ ଆସିଛି ୧୩ହଜାର ୬୫୯ ନୂଆ ପଜିଟିଭ୍ କେସ୍ । କେରଳରେ ଆଉ ୨ହଜାର ୪୭୫ ଜଣ ସଂକ୍ରମିତ ହୋଇଥିବା ବେଳେ ପଞ୍ଜାବରେ ଏହି ସଂଖ୍ୟା ରହିଛି ୧ହଜାର ୩୯୩ । କର୍ଣ୍ଣାଟକରେ ୭୬୦, ଗୁଜୁରାଟରେ ୬୭୫ ଓ ତାମିଲନାଡୁରେ ୬୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ୧୨୬ ଜୀବନ । ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୮ହଜାର ୧୮୯କୁ ବୃଦ୍ଧି ପାଇଛି ।

ଆଜି ସୁସ୍ଥ ଅପେକ୍ଷା ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ସୁସ୍ଥ ହୋଇଛନ୍ତି ୧୮ହଜାର ୧୦୦ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୧କୋଟି ୯ଲକ୍ଷ ୩୮ହଜାର ୧୪୬ ସଂକ୍ରମିତ । ଏବେ ଦେଶରେ ୧ଲକ୍ଷ ୮୯ହଜାର ୨୨୬ଟି ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.