Latest Odisha News

BREAKING NEWS

ସାମାନ୍ୟ ଆଶ୍ୱସ୍ତି; ଦୈନିକ କରୋନା ସଂକ୍ରମଣରେ ବଡ ହ୍ରାସ, କେତେ ଚିହ୍ନଟ ହେଲେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ରବିବାର ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ୩ ହଜାରରୁ ଅଧିକ ଦୈନିକ ସଂକ୍ରଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୧୦,୧୧୨ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ସକ୍ରିୟ ସଂଖ୍ୟା ୬୭,୮୦୬ ହୋଇଛି।

ନୂଆ ସଂକ୍ରମଣକୁ ମିଶାଇଲେ ଦେଶରେ  ମୋଟ କରୋନା ସଂକ୍ରମଣ ୪ କୋଟି ୪୮ ଲକ୍ଷ ୯୮ ହଜାର୯୮୯ ହୋଇଛି। ସେହିପରି ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୩୨୯ରେ ପହଞ୍ଚିଛି। ଦିନକରେ ୨୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ସେଥିମଧ୍ୟରୁ କେରଳରୁ ପୁନଃ ଗଣନା ପରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ ଦେଶରେ ଦୈନିକ ସଂକ୍ରମଣ ହାର ବଢ଼ି ଚାଲିଛି। ନୂଆ ସଂକ୍ରମଣ ମିଶାଇଲେ ଦୈନିକ ପଜିଟିଭ୍ ହାର ୭.୦୩ରେ ପହଞ୍ଚିଥିବା ବେଳେ ସାପ୍ତାହିକ ପଜିଟିଭ ହାର୍ ୫.୪୩ ପ୍ରତିଶତ ହୋଇଛି। ସେହିପରି ବର୍ତ୍ତମାନ ୬୭,୮୦୬ ସକ୍ରିୟ ସଂଖ୍ୟା ଥିବା ବେଳେ ଏହା ମୋଟ ସଂକ୍ରମଣର ୦. ୧୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି।

ଅନ୍ୟପଟେ ଜାତୀୟ କୋଭିଡ୍ ସୁସ୍ଥ ହାର ୯୮.୬୬ ପ୍ରତିଶତ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୪୨ ଲକ୍ଷ ୯୨ ହଜାର ୮୫୪ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦.୬୬ କୋଟି କୋଭିଡ୍ ଭ୍ୟାକ୍ସିନ୍ ଡୋଜ୍ ଦିଆଯାଇ ସାରିଲାଣି।

Leave A Reply

Your email address will not be published.