Latest Odisha News

BREAKING NEWS

ଆଜି ଅକ୍ଷୟ ତୃତୀୟା, ଜମିବ ସୁନା ବେପାର

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଚଳିତବର୍ଷ ସୁନା ବେପାର ପୂର୍ବାପେକ୍ଷା ଜମିବ। ଅର୍ଥାତ୍ ବେପାର ଭଲ ରହିବ ବୋଲି ରାଜ୍ୟର ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି । ସକାଳୁ ସକାଳୁ ଜୁଏଲାରୀ ଦୋକାନରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ନିଜ ପସନ୍ଦର ସୁନା କିଣୁଛନ୍ତି ।

ବିଶ୍ବାସ ରହିଛି ଯେ ଅକ୍ଷୟ ତୃତୀୟାରେ ସୁନା ଏବଂ ମୂଲ୍ୟବାନ ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି। ଶାନ୍ତି, ସୁଖ ଓ ସମୃଦ୍ଧି ମିଳିଥାଏ। ଏଣୁ ସୁନା କ୍ରୟ କରିବା ପାଇଁ ଗ୍ରାହକମାନେ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସୋ’ରୁମ୍‌ ଗୁଡ଼ିକରେ ବିଭିନ୍ନ କିସମର ମନଲୋଭା ଗହଣା ପ୍ରଦର୍ଶନ କରାଯାଇଛି। ଆକର୍ଷଣୀୟ ଅଫର ମଧ୍ୟ ଘୋଷଣା କରାଯାଇଛି।

ତେବେ ଗତ କଛି ସପ୍ତାହ ହେଲା ସୁନା ଦରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଆଜି ଭୁବନେଶ୍ବର ବଜାରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୫୫,୭୦୦ ଟଙ୍କା ଅଛି । ରୁପାମୂଲ୍ୟ ଗ୍ରାମ ପିଛା ୭୭ ଟଙ୍କା ରହିଛି ।  କିନ୍ତୁ ଗତବର୍ଷ ‌ଅକ୍ଷୟ ତୃତୀୟାରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୭,୧୦୦ ଟଙ୍କା ଥିବାବେଳେ ଚଳିତଥର ଏହା ୫୫,୭୦୦ ଟଙ୍କା ରହିଛି । ଚଳିତବର୍ଷ ସୁନା ମୂଲ୍ୟ ଅଧିକ ଥିବାରୁ ପରିମାଣ ଦୃଷ୍ଟିରୁ ସୁନା ବିକ୍ରି ସମାନ ରହିଲେ ବି ମୂଲ୍ୟ ଅନୁସାରେ ବିକ୍ରି ଅଧିକ ରହିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି । ତେବେ ଚଳିତବର୍ଷ ଅକ୍ଷୟ ତୃତୀୟାରେ ପରିମାଣ ଦୃଷ୍ଟିରୁ ଦେଶରେ ପ୍ରାୟ ୧୭ରୁ ୧୮ ଟନ୍ ସୁନା ବିକ୍ରି ହେବାର ଆଶା କରାଯାଉଛି ।

 

 

Leave A Reply

Your email address will not be published.