Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ କରୋନାର ଆଉ ୧୧ ହଜାର ମାମଲା, ଭ୍ୟାକ୍ସିନ୍ ନେଲେଣି ୬୬ ଲକ୍ଷ ଲୋକ

ନୂଆଦିଲ୍ଲୀ: ଦେଶରେ ଲଗାତାର ୧୨ ଦିନ ଧରି ୧୫ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟାରେ କରୋନାର ୧୧ ହଜାର ୬୭ଟି ନୂଆ ମାମଲା ଚିହ୍ନଟ ହୋଇଛି । ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ହଜାର ୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ କୋଭିଡ୍ ଟିକାକରଣ ଜାରି ରହିଥିବା ବେଳେ ଏବେ ଯାଏ ୬୬ ଲକ୍ଷ ଟିକା ନେଲେଣି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୫୨ ହଜାର ଲୋକ କୋଭିଡ୍ ଟିକା ନେଇଛନ୍ତି ।

BjdElectrycity

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶରେ କରୋନାର ମୋଟ ମାମଲା ୧ କୋଟି ୮ ଲକ୍ଷ ୫୮ ହଜାରକୁ ବୃଦ୍ଧି ପାଇଛି । ଏବେ ଯାଏ କରୋନାରେ ୧ ଲକ୍ଷ ୫୫ ହଜାର ୨୫୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧ କୋଟି ୫ ଲକ୍ଷ ୬୧ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୪୧ ହଜାରକୁ ହ୍ରାସ୍ ପାଇଥିବା ବେଳେ ଚିକିତ୍ସା ଚାଲିଛି ।

ଅନ୍ୟପଟେ ୬ ମାର୍ଚ୍ଚ ମଧ୍ୟରେ ସମସ୍ତ ଆଗଧାଡ଼ିର ଯୋଦ୍ଧାଙ୍କୁ କୋଭିଡ୍ ଭ୍ୟାକ୍ସିନର ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.