Latest Odisha News

BREAKING NEWS

ଦେଶରୁ ୨୪ ଘଣ୍ଟାରେ ୧୨ ହଜାର କରୋନା ପଜିଟିଭ୍ ଚିହ୍ନଟ, ୧୦୮ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୧୨ ହଜାର ୯୨୩ ଜଣ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୭୬୪ ଆକ୍ରାନ୍ତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୮ଲକ୍ଷ ୭୧ହଜାର ୨୯୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୧କୋଟି ୫ଲକ୍ଷ ୭୩ହଜାର ୩୭୨ ସଂକ୍ରମିତ ।

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୭ ପ୍ରତିଶତରୁ ଅଧିକ ସଂକ୍ରମିତ । ଦେଶରେ କମୁଛି ଆକ୍ଟିଭ୍ କେସ୍ । ଏବେ ୧ଲକ୍ଷ ୪୨ହଜାର ୫୬୨ଟି କରୋନା ସକ୍ରିୟ ମାମଲା ରହିଛି ।

ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟା କମିଛି । ତଥାପି ମହାମାରୀ ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ଆଉ ୧୦୮ ଆକ୍ରାନ୍ତ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୫ହଜାର ୩୬୦କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଟିକା ନେଲେଣି ୭୦ଲକ୍ଷ ୧୭ହଜାର ୧୧୪ ଜଣ ।

Leave A Reply

Your email address will not be published.