Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଡେପୁଟୀ ରେଞ୍ଜର, ବିଭିନ୍ନ ସ୍ଥାନରେ ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ଡେପୁଟୀ ରେଞ୍ଜର କେଶବ ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି । କେଶବ ନାୟକଙ୍କ ଅଫିସ୍ ସହ ବଲାଙ୍ଗିର ସାଗରପଡ଼ା, ଇଚ୍ଛାପଡ଼ା ଓ ଆରଟିଓ ଛକରେ ଥିବା ଘରେ ରେଡ୍ ଚାଲିଛି । ବରଗଡ଼, ସୋନପୁର , ସମ୍ବଲପୁର ଓ ବଲାଙ୍ଗୀର ଟିମ୍‌ର ଏହି ଚଢାଉରେ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେତେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।

Leave A Reply

Your email address will not be published.