Latest Odisha News

BREAKING NEWS

ଅବୈଧ ଭାବେ ଭାରତରେ ରହୁଥିବା ୧୪ ବିଦେଶୀ ନାଗରିକ ଗିରଫ

ମୁମ୍ବାଇ: ଭିସା ଓ ପାସପୋର୍ଟ ଅବଧି ସରିବା ପରେ ଅବୈଧ ଭାବେ ଦେଶରେ ରହୁଥିବା ବିଦେଶୀ ନାଗରିକ ଗିରଫ । ମହାରାଷ୍ଟ୍ରର ତୁଲିଞ୍ଜ ପୋଲିସ ୧୪ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି । ସମସ୍ତେ ସେମାନଙ୍କର ଭିସା ଓ ପାସପୋର୍ଟ ଅବଧି ଶେଷ ହେବା ପରେ ବି ଭାରତରେ ଅବୈଧ ଭାବେ ରହୁଥିଲେ ।

ମହାରାଷ୍ଟ୍ର ପୋଲିସ ଅନୁସାରେ, ୧୪ ବିଦେଶୀ ନାଗରିକଙ୍କ ମଧ୍ୟରୁ ୧୨ ଜଣ ନାଇଜେରିଆର ନାଗରିକ ହୋଇଥିବା ବେଳେ ଜଣ ଉଗାଣ୍ଡାର ନାଗରିକ ଓ ଅନ୍ୟଜଣେ ଲଭ୍ରି କୋଷ୍ଟର ନାଗରିକ । ଏମାନଙ୍କ ପାଖରେ ଥିବା ଭିସା ଓ ପାସପୋର୍ଟର ଅବଧି ସରି ଯାଇଛି ।

ସମସ୍ତଙ୍କୁ ତୁଲିଞ୍ଜ ପୋଲିସ ନଲସାପୋରାର ପ୍ରଗତିନଗରରେ ଥିବା କେଡିଏମ୍ ଆପାର୍ଟମେଣ୍ଟରୁ ଗିରଫ କରିଛି । ଫରେନ୍ ନାସନାଲ ଆକ୍ଟ ଏବଂ ଇଣ୍ଡିଆନ୍ ପାସପୋର୍ଟ ଆକ୍ଟ ଅନୁସାରେ ସେମାନଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରି ତଦନ୍ତ କରୁଛି ମହାରାଷ୍ଟ୍ର ପୋଲିସ ।

Leave A Reply

Your email address will not be published.