Latest Odisha News

ଦେଶରେ ଦେଢ଼ ଲକ୍ଷ ଡେଇଁଲା କରୋନା କେସ, ଗତକାଲି ଅପେକ୍ଷା ୧୨% ଅଧିକ

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୯ହଜାର ୬୩୨ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ଦୈନିକ କେସ୍ ୧୨ପ୍ରତିଶତ ବଢ଼ିଛି । ଗତକାଲି ଦେଶରୁ ବାହାରିଥିଲେ ୧ଲକ୍ଷ ୪୧ହଜାର ୯୮୬ ସଂକ୍ରମିତ । ଦେଶରେ ଦୈନିକ ପଜିଟିଭ୍ ହାର ୧୦.୨୧ ପ୍ରତିଶତକୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରୁ ସର୍ବାଧିକ ୪୧,୪୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦିଲ୍ଲୀରୁ ୨୦ହଜାର ୧୮୧, ପଶ୍ଚିମବଙ୍ଗରୁ ୧୮ହଜାର ୮୦୨, ତାମିଲନାଡୁରୁ ୧୦ହଜାର ୯୭୮ ଓ କେରଳରୁ ୮ହଜାର ୯୦୬ ପଜିଟିଭ୍ ବାହାରିଛନ୍ତି । ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବି ଉପରମୁହାଁ ହୋଇଛି ।

୨୪ ଘଣ୍ଟାରେ ଦେଶରୁ କରୋନା ନେଇଛି ଆଉ ୩୨୭ ଆକ୍ରାନ୍ତଙ୍କ ଜୀବନ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ହଜାର ୭୯୦କୁ ବୃଦ୍ଧି ପାଇଛି । ଏବେ ଦେଶରେ ଆକ୍ଟଭ୍ କେ୍ ୬ ଲକ୍ଷ ମୁହାଁ ହୋଇଛି । ବର୍ତ୍ତମାନ ୫ଲକ୍ଷ ୯୦ହଜାର ୬୧୧ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.