Latest Odisha News

BREAKING NEWS

ଆଜିଠୁ ଚିଲିକାରେ ଡ଼ଲଫିନ୍ ଗଣନା,୧୮ଟି ଟିମ୍ ନିୟୋଜିତ

ବ୍ରହ୍ମଗିରି: ଚିଲିକାରେ ଆଜିଠୁ ଡ଼ଲଫିନ ଗଣନା । ସକାଳ ୬ଟାରୁ ଏହି ଗଣନା ଆରମ୍ଭ ହୋଇଛି । ଚିଲିକାକୁ ୧୮ଟି ଜୋନରେ ବିଭକ୍ତ କରାଯାଇଛି । ବାଲୁଗାଁ ରେଞ୍ଜରୁ ୧୦ଟି ଦଳ ଓ ସାତପଡ଼ା ରେଞ୍ଜରୁ ୮ଟି ଦଳ ଗଣନା କରୁଛନ୍ତି । ପ୍ରତିଟିମ୍ରେ ୫ଜଣ ଲେଖାଏଁ ଗଣନା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଡ଼ଲଫିନ୍ ଗଣନା କାର୍ଯ୍ୟରେ ଜିପିଏସ ଏବଂ ବାଇନାକୁଲାର ବ୍ୟବହାର କରାଯିବ ।

ବନ ବିଭାଗ କର୍ମଚାରୀ, ସିଡ଼ିଏ କର୍ମଚାରୀ, ଡ଼ଲଫିନ୍ ବିଶେଷଜ୍ଞ, ଓୟୁଏଟି ଛାତ୍ରଛାତ୍ରୀ ଓ ଅନ୍ୟମାନେ ସାମିଲ ହୋଇଛନ୍ତି । ଦିନ ୧୨ଟା ପର୍ଯ୍ୟନ୍ତ ଗଣନା ଚାଲିବ । ଡ଼ଲଫିନ୍ ଗଣନା ପାଇଁ ଏହି ସମୟ ପର୍ଯ୍ୟନ୍ତ ଚିଲିକାରେ ଡ଼ଙ୍ଗା ଓ ଭେସଲ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.