Latest Odisha News

BREAKING NEWS

ପୁଣି ବଢ଼ିଲା ସଂକ୍ରମଣ: ଦେଶରେ ଦିନକରେ ୧୬ ହଜାର ପଜିଟିଭ୍, ୧୩୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ବିସ୍ତାର କରିଛି କରୋନା । ୧୫ ହଜାର ପାର କରିଛି ଦୈନିକ ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୬ହଜାର ୭୩୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୦ଲକ୍ଷ ୪୬ହଜାର ୯୧୪କୁ ବୃଦ୍ଧି ପାଇଛି ।

ଏହି ସମୟରେ କରୋନା ନେଇଛି ଆଉ ୧୩୮ ସଂକ୍ରମିତଙ୍କ ଜୀବନ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୬ହଜାର ୭୦୫ ଛୁଇଁଛି । ସେହିପରି ଗତ ୨୪ ଘଣ୍ଟାରେ ସାରା ଦେଶରୁ ସୁସ୍ଥ ହୋଇଛନ୍ତି ଆଉ ୧୧ହଜାର ୭୯୯ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କଲେଣି ୧କୋଟି ୭ଲକ୍ଷ ୩୮ହଜାର ୫୦୧ ସଂକ୍ରମିତ । ଏବେ ଦେଶରେ ୧ଲକ୍ଷ ୫୧ହଜାର ୭୦୮ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

ଗତ ସପ୍ତାହେ ହେବ ଦେଶରେ ଦୈନିକ ସଂକ୍ରମଣ ବଢିଛି । ବିଶେଷ କରି ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ ଆଜି ରାଜ୍ୟରେ ପଜିଟିଭ୍ କେସ୍ ବଢ଼ିଛି ।

Leave A Reply

Your email address will not be published.