Latest Odisha News

କମୁଛି କରୋନା ଆକ୍ଟିଭ୍ କେସ୍: ଦେଶରେ କରୋନା ସୁସ୍ଥହାର ୯୬%, ଆକ୍ଟିଭ୍ କେସ୍ ୨.୧୫%

ନୂଆଦିଲ୍ଲୀ: ଦେଶରେ ଧୀରେ ଧୀରେ କରୋନା କାୟା କମିବାରେ ଲାଗିଛି । ଦୈନିକ କମ୍ ସଂକ୍ରମିତ ହେଉଛନ୍ତି । ବଢୁଛି ସୁସ୍ଥ ହାର । ଆକ୍ଟିଭ୍ କେସ୍ କମିବାରେ ଲାଗିଛି । ଏବେ ଦେଶରେ ରହିଛି ୨ଲକ୍ଷ ୨୪ହଜାର ୧୯୦ଟି ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୨୨୨ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୪ଲକ୍ଷ ୩୧ହଜାର ୬୩୯କୁ ବୃଦ୍ଧି ପାଇଛି ।
ବଢୁଛି ସୁସ୍ଥହାର । ବର୍ତ୍ତମାନ ସୁଦ୍ଧା ଦେଶରୁ ୯୬ପ୍ରତିଶତରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି । ଗତ ୨୪ ଘଣ୍ଟାରେ ସୁସ୍ତ ହୋଇଛନ୍ତି ଆଉ ୧୮ହଜାର ୨୫୩ ଆକ୍ରାନ୍ତ । ମୋଟ୍ ୧କୋଟି ୫୬ଲକ୍ଷ ୬୫୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଦେଶରେ କମିଛି ଦୈନିକ ଡେଥ୍ କେସ୍ । ନିୟନ୍ତ୍ରଣକୁ ଆସି ପାରିଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଆଉ ୨୨୮ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ରହିଛି ୧ଲକ୍ଷ ୫୦ହଜାର ୭୯୮ । ମୃତ୍ୟୁହାର ରହିଛି ୧.୪୫% ।

Leave A Reply

Your email address will not be published.