Latest Odisha News

ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରିବେ ପିଏମ୍‌ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି କହିଛନ୍ତି, ‘ମୁଁ ଆସନ୍ତା ଜାନୁଆରୀ ୯ ରେ ସକାଳ ୧୦.୩୦ ରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ସମ୍ବୋଧିତ କରିବି। ଏହା ଆମ ପ୍ରବାସୀ ଲୋକଙ୍କ ସହିତ ଯୋଗାଯୋଗ କରିବାର ଏହା ଏକ ଉତ୍ତମ ସୁଯୋଗ। ଏଥି ସହିତ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ କରୋନା ମହାମାରୀ ସତ୍ବେ  ପ୍ରବାସୀ ସମ୍ପ୍ରଦାୟର ଭାବନାକୁ ଦୃଷ୍ଟିରେ ରଖି ୧୬ ତମ ପ୍ରବାସ ଭାରତୀୟ ଦିବସ ସମ୍ମିଳନୀ ଆୟୋଜିତ ହେଉଛି।

BjdElectrycity

ଏଥି ସହିତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅନ୍ୟ ଦେଶରେ ବସବାସ କରିଥିବା ଭାରତୀୟ ମୂଳ ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ଏହା ଏକ ଉତ୍ତମ ସୁଯୋଗ ହେବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୋଦୀ ସମ୍ବୋଧିତ କରିବେ। ଏହାର ବିଷୟବସ୍ତୁ ହେଉଛି ‘ଆତ୍ମନିର୍ଭରଶୀଳ ଭାରତ ପାଇଁ ଅବଦାନ’।

ସୂଚନାନୁସାରେ, ଉଦ୍‌ଘାଟନୀ ଅଧିବେଶନରେ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍ଟୋହି ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ଏଥି ସହିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମିଳନୀକୁ ସମ୍ବୋଧିତ କରି ଆରମ୍ଭ କରିବେ।

Leave A Reply

Your email address will not be published.