Latest Odisha News

ଦେଶରେ କୋଟିଏ ଛୁଇଁବ କରୋନା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ ୧୯ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କୋଟିଏ ୩ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ପୁଣି ୨୦ ହଜାର ତଳକୁ ଖସିଛି ଦୈନିକ ପଜିଟିଭ୍ କେସ୍ । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯ହଜାର ୭୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୩ଲକ୍ଷ ୫ହଜାର ୭୮୮କୁ ବୃଦ୍ଧି ପାଇଛି ।

ଦେଶରେ ଦ୍ରୁତ ଗତିରେ ବଢୁଛି କରୋନା ସୁସ୍ଥ ସଂଖ୍ୟା । କିଛି ଦିନ ଭିତରେ ଏହି ସଂଖ୍ୟା କୋଟିଏ ଛୁଇଁବ । ବର୍ତ୍ତମାନ ସୁଦ୍ଧା ସାରା ଦେଶରୁ ଆରୋଗ୍ୟ ଲାଭ କରିଛନ୍ତି ୯୯ଲକ୍ଷ ୬ହଜାର ୩୮୭ ସଂକ୍ରମିତ । ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨୨ହଜାର ୯୨୬ ଆକ୍ରାନ୍ତ ।

ଦେଶରେ ସୁସ୍ଥ ହାର ୯୬ପ୍ରତିଶତ ଥିବା ବେଳେ ୨ଲକ୍ଷ ୫୦ହଜାର ୧୮୩ଟି ଆକ୍ଟିଭ୍ କେସ୍ ରହିଛି । ଗତ ୨୪ଘଣ୍ଟାରେ ମହାମାରୀ ଆଉ ୨୨୪ ଆକ୍ରାନ୍ତଙ୍କ ଜୀବନ ନେଇଛି । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୯ହଜାର ୨୧୮କୁ ବୃଦ୍ଧି ପାଇଛି । ମୃତ୍ୟୁହାର ରହିଛି ୧.୪୫% ।

Leave A Reply

Your email address will not be published.