Latest Odisha News

BREAKING NEWS

ଦେଶରେ ଖସୁଛି ଦୈନିକ କରୋନା କେସ୍, ବଢୁଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ଅଢ଼େଇ ଲକ୍ଷ ତଳକୁ ଖସିଲାଣି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୩୪ହଜାର ୨୮୧ ନୂଆ ଆକ୍ରାନ୍ତ । କ୍ରମାଗତ ଦ୍ୱିଦୀୟ ଦିନରେ ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଇଛି । କିନ୍ତୁ ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ସାରା ଦେଶରୁ କରୋନା ନେଇଛି ଆଉ ୮୯୩ ଜୀବନ ।

ଦେଶରେ ପଜିଟିଭ୍ ହାର ରହିଛି ୧୪.୫୦ ପ୍ରତିଶତ । ଗତକାଲି ସଂକ୍ରମଣ ହାର ୧୩.୯୦ ପ୍ରତିଶତ ଥିଲା । ବଢୁଛି ସୁସ୍ଥ ହାର । କମୁଛି ଆକ୍ଟିଭ୍ କେସ୍ । ଦେଶରେ ଏବେ ମୋଟ୍ ଆକ୍ରାନ୍ତଙ୍କର ୪.୫୯ ପ୍ରତିଶତ କରୋନା ସକ୍ରିୟ ମାମଲା ରହିଛି । ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୧୮ଲକ୍ଷ ୮୪ହଜାର ୯୩୭ ।

Comments are closed, but trackbacks and pingbacks are open.