Latest Odisha News

BREAKING NEWS

ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ସ୍ଥିର, ୫ ହଜାର ତଳେ ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ଦୈନିକ କରୋନା ସଂକ୍ରମଣ । ୫ ହଜାର ତଳକୁ ଖସିଛି । ଗତକାଲି ଓ ଆଜି ଦୁଇ ଦିନ ସ୍ଥିର ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୮୪୩ ଆକ୍ରାନ୍ତ । ଗତକାଲି ୪୮୪୨ ପଜିଟିଭ୍ ବାହାରିଥିଲେ । ଆଜି କ୍ୱାରେଣ୍ଟିନରୁ ୨୮୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୦୨୮୩ । ୧୮ ବର୍ଷ ଭିତରେ ଆଉ ୬୬୩ ଜଣ ସଂକ୍ରମିତ ହୋଇଛନ୍ତି । ବିଭିନ୍ନ ଜିଲ୍ଲାରେ ଦୈନିକ ସଂକ୍ରମଣ କମୁଛି ।

୧୨ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୨୩ ପଜିଟିଭ୍ ବାହାରିଛନ୍ତି । ସୁନ୍ଦରଗଡ଼ରୁ ୭୩୫, କଟକରୁ ୩୭୯, ନୟାଗଡ଼ରୁ ୧୯୪, ମୟୂରଭଞ୍ଜରୁ ୧୫୨, ନୂଆପଡ଼ା ଓ ଯାଜପୁର ଜିଲ୍ଲାରୁ ୧୬୬ ଜଣ ଲେଖାଏ ସଂକ୍ରମିତ ହୋଇଛନ୍ତି ।

ସେହିପରି ବାଲେଶ୍ୱରରୁ ୧୫୨, ନବରଙ୍ଗପୁରରୁ ୧୩୭, ସମ୍ୱଲପୁରରୁ ୧୨୮ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୧୦୦ ଜଣ ସଂକ୍ରମିତ ବାହାରିଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୪୫ହଜାର ୯୧୧କୁ ବୃଦ୍ଧି ପାଇଛି । ସୁସ୍ଥ ସଂଖ୍ୟା ରହିଛି ୧୧ଲକ୍ଷ ୮୪ହଜାର ୧୭୪ । ଏବେ ରାଜ୍ୟରେ ୫୩ହଜାର ୯୦ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.