Latest Odisha News

BREAKING NEWS

ଦେଶରୁ ୨ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ ଚିହ୍ନଟ, ୫୭୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା କେସ୍ ଅଢ଼େଇ ଲକ୍ଷ ଉପରେ ରହିଛି । ଲଗାତାର ତୃତୀୟ ଦିନ ପାଇଁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨ଲକ୍ଷ ୮୬ହଜାର ୩୮୪ ସଂକ୍ରମିତ । ଆମେରିକା ପରେ ଭାରତ ଦ୍ୱିତୀୟ ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଛି ।

ଭାରତରେ ଦୈନିକ ପଜିଟିଭ୍ ହାର ପାଖାପାଖି ୨୦ ପ୍ରତିଶତ ହେଲାଣି । ସଂକ୍ରମଣ ହାର ୧୬ ପ୍ରତିଶତରୁ ବଢ଼ି ଆଜି ୧୯.୫ ପ୍ରତିଶତ ହୋଇଛି । ସେହିପରି ସାପ୍ତାହିକ ପଜିଟିଭ୍ ହାର ରହିଛି ୧୭.୭୫ ପ୍ରତିଶତ ।

୨୪ ଘଣ୍ଟାରେ କରୋନା ଆଉ ୫୭୩ ଆକ୍ରାନ୍ତଙ୍କ ଜୀବନ ନେଇଛି । ସେହିପରି ଏହି ସମୟରେ ସୁସ୍ଥ ହୋଇଛନ୍ତି ଆଉ ୩ଲକ୍ଷ ୬ହଜାର ୩୫୭ ସଂକ୍ରମିତ । ଏବେ ଦେଶରେ ମୋଟ୍ ୨୨ଲକ୍ଷ ୨ହଜାର ୪୭୨ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ଯାହାକି ମୋଟ୍ ସଂକ୍ରମିତଙ୍କର ୫.୪୬ ପ୍ରତିଶତ ।

Comments are closed, but trackbacks and pingbacks are open.