Latest Odisha News

BREAKING NEWS

ହାତୀ ଆକ୍ରମଣରେ ବୃଦ୍ଧ ଆହତ

ଟାଙ୍ଗୀ: ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ । ଟାଙ୍ଗୀ ରେଞ୍ଜରେ ବି ହାତୀ ଆତଙ୍କ ଦେଖିବାକୁ ମିଳିଛି । ନରମାନବୀ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଆହତ ହୋଇଛନ୍ତି । ଆହତ ଜଣକ ଗୋପାଳ ରାଉତ ବୋଲି ଜଣାପଡ଼ିଛି ।

BjdElectrycity

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଗୋପାଳ ରାଉତ ଘରୁ ବାହାରକୁ ଆସିଥିଲେ । ଏହି ସମୟରେ ଏକ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ସେ ଆହତ ହୋଇଥିଲେ । ବୁଦ୍ଧଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Comments are closed, but trackbacks and pingbacks are open.