Latest Odisha News

ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ୨୪ଘଣ୍ଟା ଭିତରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ କରୋନାରେ ୮ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୫୫୦କୁ ବୃଦ୍ଧି ପାଇଛି ।

ଏହି ମଧ୍ୟରେ ବାଲେଶ୍ୱରରୁ ଜଣେ, ଭୁବନେଶ୍ୱରରୁ ଜଣେ, କେନ୍ଦୁଝରରୁ ଜଣେ, କୋରାପୁଟରୁ ଜଣେ, ରାୟଗଡ଼ାରୁ ଜଣେ, ସୁନ୍ଦରଗଡ଼ରୁ ୩ଜଣ ରହିଛନ୍ତି । ବାଲେଶ୍ୱରରୁ ୮୦ବର୍ଷୀୟ ପୁରୁଷ, ଭୁବନେଶ୍ୱରରୁ ୮୨ ବର୍ଷୀୟ ବ୍ୟକ୍ତି, କେନ୍ଦୁଝରରୁ ୬୪ବର୍ଷୀୟା ମହିଳା, କୋରାପୁଟରୁ ୪୫ବର୍ଷୀୟ ବ୍ୟକ୍ତି, ରାୟଗଡ଼ାରୁ ୪୫ବର୍ଷୀୟା ମହିଳା, ସୁନ୍ଦରଗଡ଼ରୁ ୭୫ବର୍ଷୀୟ ବ୍ୟକ୍ତି, ୩୮ବର୍ଷୀୟ ମହିଳା ଓ ୫୫ବର୍ଷୀୟା ମହିଳାଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.