Latest Odisha News

ମାଡୁଛି ମହାମାରୀ: ୨୪ ଘଣ୍ଟାରେ ୨୩ ହଜାର ପଜିଟିଭ୍, ମହାରାଷ୍ଟ୍ରରେ କେବଳ ୧୪ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ଚାଲିଥିବା ବେଳେ ଦୈନିକ ସଂକ୍ରମଣ ବଢ଼ି ଚାଲିଛି । ଗତକାଲି ୨୨ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୨୩ ହଜାର ଟପିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୩ହଜାର ୨୮୫ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ କରୋନା ସଂକ୍ରମିତଙ୍କ ମୋଟ୍ ସଂଖ୍ୟା କୋଟି ୧୩ଲକ୍ଷ ୮ହଜାର ୮୪୬କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ରରେ ଚିନ୍ତାଜନକ ହେଲାଣି ଦୈନିକ ସଂକ୍ରମଣ । ପ୍ରତିଦିନ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୧୪ହଜାର ୩୧୭ ପଜିଟିଭ୍ ବାହାରିଛନ୍ତି । ନାଗପୁରରେ ବଢୁଥିବାରୁ ସେଠାରେ ସପ୍ତାହେ ଲକଡାଉନ୍ ଘୋଷଣା କରାଯାଇଛି । ସେହିପରି କେରଳ, ପଞ୍ଜାବ, ଗୁଜରାଟ ଆଜି ରାଜ୍ୟରେ ବି ବ୍ୟାପୁଛି ସଂକ୍ରମଣ ।

ଦୈନିକ ମୃତ୍ୟୁସଂଖ୍ୟା ଏବେ ଶହେ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୧୧୭ ସଂକ୍ରମିତଙ୍କ ଜୀବନ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୮ହଜାର ୩୦୬ରେ ପହଞ୍ଚିଛି ।

ଦେଶରେ ପୁଣି ୨ଲକ୍ଷ ମୁହାଁ ହେଲାଣି କରୋନା ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୧୫ହଜାର ୧୫୭ ଜଣ । ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥ ହେଲେଣି ୧କୋଟି ୯ଲକ୍ଷ ୫୩ହଜାର ୩୦୩ ସଂକ୍ରମିତ । ଏବେ ଦେଶରେ ୧ଲକ୍ଷ ୯୭ହଜାର ୨୩୭ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Comments are closed.