Latest Odisha News

BREAKING NEWS

ଦେଶରେ କରୋନା ସଂକ୍ରମିତ ହେଲେଣି ପାଖାପାଖି ୯୪ ଲକ୍ଷ ଲୋକ

ନୂଆଦିଲ୍ଲୀ: ଦେଶରେ ୯୪ ଲକ୍ଷ ପାଖାପାଖି କରୋନାରେ ସଂକ୍ରମିତଙ୍କ ହେଲେଣି । ପଜିଟିଭ୍ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୧ହଜାର ୮୧୦ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୩ଲକ୍ଷ ୯୨ହଜାର ୯୨୦କୁ ବୃଦ୍ଧି ପାଇଛି ।

କରୋନାରେ ଦେଶରେ ମୃତ୍ୟୁବରଣ କଲେଣି ଲକ୍ଷେ ୩୬ ହଜାର ୬୯୬ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୪୯୬ ଜୀବନ । ଦେଶରେ ମୃତ୍ୟୁହାର ରହିଛି ୧.୪୬% ।

ସୁସ୍ଥହାର ଉତ୍ସାହଜନକ ରହିଛି । ଖସୁଛି ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୪୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪୨ ହଜାର ୨୯୮ ସଂକ୍ରମିତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ୮୮ ଲକ୍ଷ ୨ ହଜାର ୨୬୭ ଆକ୍ରାନ୍ତ । ଦେଶରେ ଆକ୍ଟିଭ କେସ ୪ ଲକ୍ଷ ୫୩ ହଜାର ୯୫୬ ରହିଛି ।

Comments are closed.