ନୂଆଦିଲ୍ଲୀ: କରୋନାର ମାରୁଛି ଲମ୍ବା ଲମ୍ଫ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଲକ୍ଷେ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯୩ହଜାର ୨୪୯ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ୫୧୩ ଜୀବନ । ଗତବର୍ଷ ସେପ୍ଟେମ୍ବର ପରଠୁ ଦେଶରେ ଆଜି ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସର୍ବାଧିକ ୯୩ହଜାର ୩୩୭ ସଂକ୍ରମିତ ହୋଇଥିଲେ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୨୪ଲକ୍ଷ ୮୫ହଜାର ୫୦୯କୁ ବୃଦ୍ଧି ପାଇଛି । କରୋନାରେ ପ୍ରାଣ ହରାଇଛନ୍ତି ୧ଲକ୍ଷ ୬୪ହଜାର ୬୨୩ ସଂକ୍ରମିତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୦ହଜାର ୪୮ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୬ଲକ୍ଷ ୨୯ହଜାର ୨୮୯ ଆକ୍ରାନ୍ତ । ଏବେ ଦେଶରେ ଆକ୍ଟିଭ୍ କେସ୍ ୬ଲକ୍ଷ ୯୧ହଜାର ୫୯୭ଟି ରହିଛି ।

ମହାରାଷ୍ଟ୍ରରେ ସଂକ୍ରମଣ ଭୟାନକ ରୂପ ଧାରଣ କରିଛି । ଦେଶରୁ ଯେତିକି ସଂକ୍ରମିତ ହେଉଛନ୍ତି ତାର ଅଧା ପଜିଟିଭ୍ କେସ୍ କେବଳ ମହାରାଷ୍ଟ୍ରରୁ ବାହାରୁଛି । ସେହିପରି କର୍ଣ୍ଣାଟକ, ଛତିଶଗଡ଼, କେରଳ, ପଞ୍ଜାବ, ତାମିଲନାଡୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜରାଟ ଆଜି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି । ସଂକ୍ରମଣ ଏଭଳି ମାଡ଼ିଲେ ଖୁବଶୀଘ୍ର ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ଟପିଯିବ ।
BREAKING NEWS
- Town Hall Event: ଓଡ଼ିଶା ରାଜନୀତି ଓ ଅର୍ଥନୀତିରେ ‘ବିକଳ୍ପ’ର ସନ୍ଧାନ: ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ‘ଟାଉନ ହଲ୍’
- Joins BJP: ‘ବିଜେଡିର ଉତ୍ତରାଧିକାରୀ ଯୋଜନା ନାହିଁ,ସୁଶାସନ ଦେଇ ପାରିବନି’;ପଦ୍ମ ଧରିବା ପରେ ରବୀନ୍ଦ୍ରଙ୍କ ଆଟାକ୍
- Middle East Crisis: ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ; ଯୋଗାଯୋଗ ପାଇଁ ନମ୍ୱର ଜାରି…
- LPG cylinders: “ଭୟ କରିବାର ଆବଶ୍ୟକତା ନାହିଁ,” LPG ଉପରେ ସରକାରଙ୍କ ବଡ଼ ସୂଚନା; ଜନସାଧାରଣଙ୍କୁ ଅପିଲ୍…
- Lok Adalat: ମାର୍ଚ୍ଚ ୧୪ରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କ ନିମନ୍ତେ ଲୋକ ଅଦାଲତ
- ଅଲଗା ହେଲେ ଅଭିନେତ୍ରୀ ହଂସିକା ମୋଟୱାନୀ-ସୋହେଲ
- Naxal Free India:ଅସ୍ତ୍ରଶସ୍ତ୍ର ସହ ୧୦୮ ମାଓବାଦୀଙ୍କ ଆତ୍ମସମର୍ପଣ…ଏପଟେ ମାଓ ଡମ୍ପରୁ ୩କୋଟି ଟଙ୍କା ଓ ସୁନା ଉଦ୍ଧାର
- ଦିନିକିଆ କ୍ରିକେଟ: ୯୧ ବଲରେ ପାକିସ୍ତାନକୁ ହରାଇଲା ବାଂଲାଦେଶ
- Iranian Drones Hit Near Dubai Airport: ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଡ୍ରୋନ୍ ଆକ୍ରମଣ;ଜଣେ ଭାରତୀୟଙ୍କ ସମେତ ୪ ଆହତ
- ଆଇପିଏଲ ୨୦୨୬: ପ୍ରଥମ ପର୍ଯ୍ୟାୟର କାର୍ଯ୍ୟସୂଚୀ ଘୋଷଣା କଲା ବିିସିସିଆଇ
Comments are closed.