Latest Odisha News

BREAKING NEWS

ଧାରଣାରୁ ଉଠିଲେ ବିଜେପି ବିଧାୟକ, ରାଜ୍ୟପାଳଙ୍କୁ ଭେଟିବେ

ଭୁବନେଶ୍ୱର: ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକମାନେ ଧାରଣାରୁ ଉଠିଲେ । ଗତକାଲିଠାରୁ ସେମାନେ ଧାରଣାରେ ବସିଥିଲେ । ସେଠାରେ ରାତି ବି କାଟିଥିଲେ ବିଜେପି ବିଧାୟକ । ଆଜି ସକାଳେ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ସେମାନେ ଧାରଣାରୁ ଉଠିଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ରାଜ୍ୟପାଳଙ୍କୁ ଭେଟି ବିଲ୍ ମଞ୍ଜୁର ନକରିବାକୁ ଅନୁରୋଧ କରିବୁ । ବିନା ଆଲୋଚନାରେ ଅଗଣତାନ୍ତ୍ରିକ ଭାବରେ ପାରିତ ବିଲକୁ ମଞ୍ଜୁରୀ ନଦେବାକୁ ଅନୁରୋଧ କରିବେ ବୋଲି ପ୍ରଦୀପ୍ତ ନାଏକ କହିଛନ୍ତି । ଗତକାଲି ବାଚସ୍ପତିଙ୍କ ପୋଡିୟମ ଉପରକୁ ଇୟର ଫୋନ୍ ଓ ଚପଲ ଫିଙ୍ଗିବା ଘଟଣାରେ ବିଜେପିର ତିନି ଜଣ ବିଧାୟକ ଜୟନାରାୟଣ ମିଶ୍ର, ବିଷ୍ଣୁ ଚରଣ ସେଠୀ ଓ ମୋହନ ମାଝୀଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି ।

ଏହାକୁ ବିରୋଧ କରି ବିଧାନସଭା ଗାନ୍ଧି ମୂର୍ତ୍ତି ତଳେ ଅହୋରାତ୍ର ଧାରଣାରେ ବସିଥିଲେ ବିଜେପି ବିଧାୟକ । ସେମାନେ ଅଭିଯୋଗ କରିଛନ୍ତି, ବିରୋଧୀ ଦଳର ନେତାଙ୍କୁ ବିଧାନସଭାରେ କହିବାକୁ ସୁଯୋଗ ନ ଦେଇ ବାଚସ୍ପତି ଅଗଣତନ୍ତ୍ରିକ କାର୍ଯ୍ୟ ସହ ପକ୍ଷପାତିତା କରୁଛନ୍ତି । ତାଙ୍କ ନିଷ୍ପତ୍ତି କାହା ଦ୍ୱାରା ପରିଚାଳିତ ହେଉଥିବାର ପରିଲକ୍ଷିତ ହେଉଛି । ଆଜି ସକାଳେ ସେମାନଙ୍କୁ ଭେଟିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

Leave A Reply

Your email address will not be published.