ନୂଆଦିଲ୍ଲୀ: କରୋନାର ମାରୁଛି ଲମ୍ବା ଲମ୍ଫ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଲକ୍ଷେ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯୩ହଜାର ୨୪୯ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ୫୧୩ ଜୀବନ । ଗତବର୍ଷ ସେପ୍ଟେମ୍ବର ପରଠୁ ଦେଶରେ ଆଜି ସର୍ବାଧିକ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ସେପ୍ଟେମ୍ବର ୧୯ ତାରିଖରେ ସର୍ବାଧିକ ୯୩ହଜାର ୩୩୭ ସଂକ୍ରମିତ ହୋଇଥିଲେ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୨୪ଲକ୍ଷ ୮୫ହଜାର ୫୦୯କୁ ବୃଦ୍ଧି ପାଇଛି । କରୋନାରେ ପ୍ରାଣ ହରାଇଛନ୍ତି ୧ଲକ୍ଷ ୬୪ହଜାର ୬୨୩ ସଂକ୍ରମିତ । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୦ହଜାର ୪୮ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କଲେଣି ୧କୋଟି ୧୬ଲକ୍ଷ ୨୯ହଜାର ୨୮୯ ଆକ୍ରାନ୍ତ । ଏବେ ଦେଶରେ ଆକ୍ଟିଭ୍ କେସ୍ ୬ଲକ୍ଷ ୯୧ହଜାର ୫୯୭ଟି ରହିଛି ।

ମହାରାଷ୍ଟ୍ରରେ ସଂକ୍ରମଣ ଭୟାନକ ରୂପ ଧାରଣ କରିଛି । ଦେଶରୁ ଯେତିକି ସଂକ୍ରମିତ ହେଉଛନ୍ତି ତାର ଅଧା ପଜିଟିଭ୍ କେସ୍ କେବଳ ମହାରାଷ୍ଟ୍ରରୁ ବାହାରୁଛି । ସେହିପରି କର୍ଣ୍ଣାଟକ, ଛତିଶଗଡ଼, କେରଳ, ପଞ୍ଜାବ, ତାମିଲନାଡୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜରାଟ ଆଜି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହୋଇଛି । ସଂକ୍ରମଣ ଏଭଳି ମାଡ଼ିଲେ ଖୁବଶୀଘ୍ର ଦେଶରେ ଦୈନିକ ସଂକ୍ରମଣ ଲକ୍ଷେ ଟପିଯିବ ।
BREAKING NEWS
- ଡରିବିନି ଡିସେମ୍ବରରେ ବାଂଲାଦେଶ ଯିବି, ‘ଭୟ ମୋର କର୍ତ୍ତବ୍ୟ ସ୍ଥିର କରିପାରିବ ନାହିଁ’ : ହସିନା
- ଶ୍ରୀମନ୍ଦିରରେ ମା’ ବିମଳା ଦେବୀଙ୍କ ବିଶେଷ ନୀତି; କାଲି ସକାଳ ୮ଟାରୁ ଦର୍ଶନ ଆରମ୍ଭ
- ଅକ୍ଟୋବର ୨୦ରୁ ଏହି ୪ ମେମୁ ଟ୍ରେନ୍ ବାତିଲ…
- କମିଶନରେଟ ପୋଲିସର ‘ଏକ୍ସ’ ଆକାଉଣ୍ଟ ହ୍ୟାକ୍
- ବଢ଼ିଲା ଅଡ଼ୁଆ; ଆଉ ୨ ଦିନ ଜେଲରେ ବିତାଇବେ CJPର ଆଶୁତୋଷ ରାଙ୍କା ଓ ସୌରଭ ଦାସ
- ଚଳିତ ବର୍ଷ ନିରାଡମ୍ବର ଭାବେ ଦୁର୍ଗା ପୂଜା ପାଳନ କରିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି…
- ଟାଇଗର ଶ୍ରଫ ଗୁଳିକାଣ୍ଡ ମାମଲାରେ ନୂଆ ଖୁଲାସା; ନାବାଳକ ଅଭିଯୁକ୍ତର ବାପା କହିଲେ – ପୁଅ ଦୁଇ ମାସ ପୂର୍ବରୁ ଘରୁ ଚାଲିଯାଇଥିଲା…
- ଇମ୍ରାନଙ୍କ ପୁଅଙ୍କ ସାକ୍ଷାତକାର ନେଇ ଅଡୁଆରେ ନାସିର ହୁସେନ୍, ମାଇକେଲ ଆର୍ଥଟନ
- ହତ୍ୟା ଯୋଜନା କରିଥିଲେ ବାପା…ପୁଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
- ରଣଜୀ ଟ୍ରଫି: କେରଳର ୪୦୪ ରନ୍ ଜବାବରେ ଓଡ଼ିଶା ୧୧୪/୩

Comments are closed.