Latest Odisha News

BREAKING NEWS

୨୪ ଘଣ୍ଟାରେ ରେକର୍ଡ ୫୫ ହଜାର କରୋନା ପଜିଟିଭ୍, ୭୭୯ ମୃତ

ନୂଆଦିଲ୍ଲୀ: ଦେଶରେ ୧୬ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ପୁଣି ଦେଶରେ ନୂଆ ରେକର୍ଡ । ଏକାଥରକେ ପଜିଟିଭ୍ କେସ୍ ୫୫ ହଜାର ପାର । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫ ହଜାର ୭୯ ଜଣ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୬ ଲକ୍ଷ ପାର୍ କରିଛି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଲକ୍ଷ ୩୮ ହଜାର ୭୪୭ ।
ସଂକ୍ରମଣ ବଢୁଛି । ତାସହ ମୁଣ୍ଡ ନେଉଛି କରୋନା । ୩୫ ହଜାର ଟପିଛି ଦେଶରେ କରୋନା ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟାରେ ପୁଣି ୭୭୯ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୩୫ ହଜାର ୭୪୭ରେ ପହଞ୍ଚିଛି । ମୃତ୍ୟୁହାର ରହିଛି ୨.୧୮ ପ୍ରତିଶତ ।

ସଂକ୍ରମଣ ବଢୁଥିଲେ ବି ଦେଶରେ ଅଧିକ ଆକ୍ରାନ୍ତ ସୁସ୍ଥ ହେଲେଣି । ମୋଟ୍ ୧୦ ଲକ୍ଷ ୫୭ ହଜାର ୮୦୬ ହଜାର ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥତା ହାର ରହିଛି ୬୪ ପ୍ରତିଶତ ।

Leave A Reply

Your email address will not be published.