Latest Odisha News

BREAKING NEWS

ଆଜି ଦେଶରୁ ୩ଲକ୍ଷ ୪୭ ହଜାର କରୋନା ଆକ୍ରାନ୍ତ, ୭୦୩ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି ଦୈନିକ କରୋନା କାୟା । ଅଢ଼େଇ ଲକ୍ଷ ତଳକୁ କମିଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୪୭ହଜାର ୨୫୪ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨୯ହଜାର ୭୨୨ ଅଧିକ ସଂକ୍ରମିତ ବାହାରିଛନ୍ତି । ଅର୍ଥାତ୍ ୨୪ ଘଣ୍ଟାରେ ସଂକ୍ରମଣ ୯ ପ୍ରତିଶତ ବଢ଼ିଛି ।

୨୪ ଘଣ୍ଟାରେ ଦେଶରେ ବଢ଼ିଛି ମୃତ୍ୟୁସଂଖ୍ୟା । ଆଉ ୭୦୩ ଆକ୍ରାନ୍ତଙ୍କ ଜୀବନ ନେଇଛି ମହାମାରୀ । ଗତକାଲି କରୋନାରେ ଆଖି ବୁଜିଥିଲେ ୩୮୦ ଆକ୍ରାନ୍ତ । ଦେଶରେ ଆକ୍ଟିଭ୍ କେସ୍ ସଂଖ୍ୟା ୨୦ଲକ୍ଷ ୧୮ହଜାର ୮୨୫କୁ ବୃଦ୍ଧି ପାଇଛି ।

ଦେଶରେ ପଜିଟିଭ୍ ହାର ରହିଛି ୧୭. ୯୪ ପ୍ରତିଶତ । ଗତକାଲି ପଜିଟିଭ ହାର ଥିଲା ୧୬.୪୧ ପ୍ରତିଶତ । ବିଶେଷ କରି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ସଂକ୍ରମଣ ଉପରମୁହାଁ ସ୍ଥିତିରେ ଅଛି । ଏସବୁ ରାଜ୍ୟର ସ୍ଥିତି ଉପରେ ନଜର ରଖିଛନ୍ତି କେନ୍ଦ୍ର ସରକାର । ସେହିପରି ଆକ୍ଟିଭ୍ କେସ୍ ଅଧିକ ଥିଲା ୧୦ ରାଜ୍ୟ ଉପରେ ବି ଫୋକସ୍ ରହିଛି ।

Comments are closed, but trackbacks and pingbacks are open.