Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ପୁଣି ୪ ଦିନ ବର୍ଷା, ୩ରୁ ୪ ଡ଼ିଗ୍ରୀ ସେଲସିୟସ ବଢ଼ିବ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ରାଜ୍ୟରେ ପୁଣି ୪ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ୨୧ତାରିଖରୁ ବର୍ଷା ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଫଳରେ ଶୀତ କମିଯିବ । ଆଜି ଉତ୍ତର ଉପକୂଳ ଓଡ଼ିଶା କେନ୍ଦୁଝର, ମୟୁରଭଞ୍ଜ ଏବଂ ପୁରୀର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେହିପରି ୨୨ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ସମ୍ବଲପୁର ଓ ଦେବଗଡ଼ ଆଦି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୨୩ତାରିଖରେ ବର୍ଷାର ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାରେ ମଧ୍ୟମଧରଣର ବର୍ଷା ହୋଇପାରେ ।

ଆଗାମୀ ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ସେଲିସିୟସ ବଢ଼ିବ । ଫଳରେ ଶୀତ କମିବ । ୨୪ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଶେଷକରି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.