ନୂଆଦିଲ୍ଲୀ: ଦେଶରେ ୭୦ ଲକ୍ଷ ପାଖାପାଖି ପହଞ୍ଚିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୭୩ ହଜାର ୨୭୨ ନୂଆ ସଂକ୍ରମିତ ବାହାରିଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ଲକ୍ଷ ୭୯ ହଜାର ୪୨୪ କୁ ବୃଦ୍ଧି ପାଇଛି ।
ଗତ କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ହଜାରେରୁ କମ୍ ରହିଛି । ଗତ ୨୪ ଘଣ୍ଟାରେ ଆଉ ୯୨୬ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭ ହଜାର ୪୧୬ ।
ଏବେ ଦୈନିକ କମୁଛି ଆକ୍ଟିଭ୍ କେସ୍ । ସୁସ୍ତ ହେଉଛନ୍ତି ଅଧିକ ଆକ୍ରାନ୍ତ । ବର୍ତ୍ତମାନ ଦେଶରୁ ଆକ୍ଟିଭ୍ କେସ୍ ୯ ଲକ୍ଷ ତଳକୁ ଖସିଛି । ଆରୋଗ୍ୟ ଲାଭ କଲେଣି ୫୯ ଲକ୍ଷ ୮୮ ହଜାର ୮୨୨ ଆକ୍ରାନ୍ତ । ଚିକିତ୍ସାଧୀନ ଅଛନ୍ତି ୮ ଲକ୍ଷ ୮୩ ହଜାର ୧୮୫ ଜଣ ।
Comments are closed.