Latest Odisha News

BREAKING NEWS

ପ୍ରଥମ ଟି୨୦ : ଭାରତ ସମ୍ମୁଖରେ ୧୫୦ ରନର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ

ଟାରୋଉବା: ଏଠାରେ ଗୁରୁବାର ଆରମ୍ଭ ହୋଇଥିବା ଟି୨୦ କ୍ରିକେଟ ସିରିଜର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ୧୫୦ ରନର ବିଜୟ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ରୋଭମ୍ୟାନ ପାୱେଲ ଓ ନିକୋଲସ ପୂରନଙ୍କ ଭଲ ବ୍ୟାଟିଂ ଯୋଗୁ ଆଭରେଜ ସ୍କୋର କରିପାରିଥିଲା । ପାୱେଲ ୪୮ ଓ ପୂରନ ୪୧ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ରେଣ୍ଡନ କିଙ୍ଗ ୨୮ରନର ଯୋଗଦାନ ଦେଇଥିଲେ । ଭାରତୀୟ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ଘରୋଇ ଦଳ ବଡ ସ୍କୋର କରିପାରି ନ ଥିଲା ।

ଅର୍ଶଦୀପ ସିଂ ଓ ୟୁଜଭେନ୍ଦ୍ର ଚହଲ ୨ଟି ଲେଖାଁଏ ୱିକେଟ ହାସଲ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ କୁଲଦୀପ ଯାଦବ ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ । ଟସ ଜିତି ୱେଷ୍ଟଇଣ୍ଡିଜ ଅଧିନାୟକ ପାୱେଲ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଏହି ମ୍ୟାଚ ମାଧ୍ୟମରେ ଭାରତର ମୁକେଶ କୁମାର ଓ ତିଳକ ବର୍ମା ଆର୍ନ୍ତଜାତୀୟ ଟି୨୦ କ୍ୟାରିୟର ଆରମ୍ଭ କରିଛନ୍ତି । ଏହି ସିରିଜରେ ୫ଟି ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.