Latest Odisha News

BREAKING NEWS

ବଡ ପରଦାକୁ ଆସୁଛି ଚାମ୍ପିୟନ୍, ଟ୍ୱିଟ୍ କଲେ ଚୁଲବୁଲି ଅର୍ଚ୍ଚିତା

ଭୁବନେଶ୍ୱର : ଅନେକ ଦିନର ପ୍ରତୀକ୍ଷା ପରେ ଏକ ଭିନ୍ନ ଧର୍ମୀ ଚଳଚ୍ଚିତ୍ର ଜରିଆରେ ପୁଣିଥରେ ଦର୍ଶକଙ୍କ ମତୁଆଲା କରିବାକୁ ଯାଉଛନ୍ତି ଚୁଲବୁଲି ଅର୍ଚ୍ଚିତା ସାହୁ ।

https://www.instagram.com/p/BtFwaLDA6-s/?utm_source=ig_web_button_share_sheet

ଖୁବ୍ ଶୀଘ୍ର ବଡ ପରଦାରେ ରିଲିଜ ହେବାକୁ ଯାଉଛି କ୍ରୀଡା ଭିତ୍ତିକ ଫିଲ୍ମ ‘ଚାମ୍ପିୟନ’ । ଏସମ୍ପର୍କରେ ଅର୍ଚ୍ଚିତା ଟ୍ୱିଟ୍ କରିଛନ୍ତି ।

ଏହି କ୍ରୀଡା ଭିତ୍ତିକ ତଥା ନାରୀ କୈନ୍ଦ୍ରିକ ଫିଲ୍ମରେ ଅର୍ଚ୍ଚିତା ଲିଡ୍ ରୋଲରେ ଦେଖିବାକୁ ମିଳୁଛନ୍ତି । ଫିଲ୍ମରେ ଅର୍ଚ୍ଚିତା ଏକ ବକ୍ସର ଭୂମିକାରେ ନଜର ଆସିବାକୁ ଯାଉଥିବା ବେଳେ ତାଙ୍କ ସହିତ ପ୍ରଥମଥର ପାଇଁ ସ୍କ୍ରିନ୍ ସହ ସ୍କ୍ରିନ ସେୟାର କରିବେ ଅଭିନେତା ସାନୁ ।

ଏହି ‘ଚାମ୍ପିୟନ’ ଫିଲ୍ମରେ ଅର୍ଚ୍ଚିତାଙ୍କ କୋଚ୍ ଭାବେ ଅଭିନେତା ସମରେଶ ରାଉତରାୟ ଅଭିନୟ କରିଛନ୍ତି । ନିକଟରେ ଏହି ସିନେମାର ପ୍ରଥମ ଟିଜର ରିଲିଜ ହୋଇଥିବା ବେଳେ ମାର୍ଚ୍ଚ ୮ରେ ଏହା ବଡ ପରଦାକୁ ଆସିବ ।

ଏହାର ନିର୍ଦ୍ଦେଶନା ଭାର କେ ମୁରଲୀ କ୍ରିଷ୍ଣା ତୁଳାଇଥିବା ବେଳେ ପ୍ରଯୋଜକ ଭାବେ ଏନ୍ ଗଙ୍ଗାଧର ଓ ଦିପ୍ତୀ ରହିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦନାଥ ଦାସ ।

Leave A Reply

Your email address will not be published.