Latest Odisha News

BREAKING NEWS

ଦେଶରେ ଅଢ଼େଇ ଲକ୍ଷ ତଳେ ଦୈନିକ ସଂକ୍ରମଣ, କାଲି ୩ଲକ୍ଷ ଛୁଇଁବ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: କରୋନାକୁ କାବୁ ପାଉଛି ଭାରତ । ଦେଶରେ ଏବେ ଦୈନିକ ୨୦ ଲକ୍ଷରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ୩ ଲକ୍ଷ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ତଳକୁ ଖସିଛି । ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୪୦ହଜାର ୮୪୨ ସଂକ୍ରମିତ । ଏହି ସମୟରେ ୨୧ଲକ୍ଷ ୨୩ହଜାର କୋଭିଡ୍ ଟେଷ୍ଟ ହୋଇଛି ।

ସଂକ୍ରମିତଙ୍କ ସହ ଦୈନିକ ମୃତ୍ୟୁସଂଖ୍ୟା ବି ୪ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ କରୋନା ନେଇଛି ଆଉ ୩ହଜାର ୭୪୧ ଜୀବନ । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୨ଲକ୍ଷ ୯୯ହଜାର ୨୬୬କୁ ବୃଦ୍ଧି ପାଇଛି । କାଲି ଦେଶରେ କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ପାର କରିଯିବ ।

ଏବେ ଦୈନିକ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ । ଗତ ୨୪ ଘଣ୍ଟାରେ ୩ଲକ୍ଷ ୫୫ହଜାର୧୦୨ହଜାର ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥ ହେଲେଣି ୨କୋଟି ୩୪ଲକ୍ଷ ୨୪ହଜାରରୁ ଅଧିକ ଆକ୍ରାନ୍ତ । ଏବେ ଦେଶରେ ୨୮ଲକ୍ଷ ୫ହଜାର ୩୯୯ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.