Latest Odisha News

BREAKING NEWS

ଦେଶରୁ ଆଜି ୮୦ ହଜାର କରୋନା ପଜିଟିଭ ଚିହ୍ନଟ, ୭୧ ଦିନରେ ସର୍ବନିମ୍ନ

ନୂଆଦିଲ୍ଲୀ: ଦେଶରେ ସେକେଣ୍ଡ ଓ୍ୱେଭରେ ଖସୁଛି କରୋନା ସଂକ୍ରମଣ । ଲକ୍ଷେରୁ ଖସି ଦୈନିକ ସଂକ୍ରମଣ ୮୦ ହାଜରରେ ପହଞ୍ଚିଲାଣି । ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୮୦ ହଜାର ୮୩୪ ପଜିଟିଭ୍ । ଯାହାକି ଗତ ୭୧ ଦିନରେ ସର୍ବନିମ୍ନ । ସେହିପରି ପଜିଟିଭିଟି ରେଟ୍ କ୍ରମାଗତ ହ୍ରାସ ପାଉଛି । ଆଜି ପଜିଟିଭ୍ ହାର ରହିଛି ୪.୨୫ ପ୍ରତିଶତ । ଲଗାତାର ୨୦ ଦିନ ହେବ ଦେଶରେ ୧୦ ପ୍ରତିଶତ ତଳେ ରହିଛି ପଜିଟିଭ୍ ହାର ।

ଦେଶରେ ବଢୁଛି ସୁସ୍ଥ ହାର । ବର୍ତ୍ତମାନ ସୁଦ୍ଧା ସୁସ୍ଥ ହେଲେଣି ୯୫ ପ୍ରତିଶତ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଆଉ ୧ଲକ୍ଷ ୩୨ହଜାର ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ସୁସ୍ଥ ସଂଖ୍ୟା ୨କୋଟି ୮୦ଲକ୍ଷ ୪୩ହଜାରକୁ ବୃଦ୍ଧି ପାଇଛି । ଏବେ ୧୦ଲକ୍ଷ ୨୬ହଜାରକୁ ଖସିଛି ଆକ୍ଟିଭ୍ କେସ୍ ।

ସଂକ୍ରମଣ କମୁଛି । ସୁସ୍ଥହାର ବଢୁଛି । କିନ୍ତୁ ମୃତ୍ୟୁସଂଖ୍ୟା ବଢୁଛି । ୩ ହଜାର ଉପରେ ରହିଛି ଦୈନିକ ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୩ହଜାର ୩୦୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୭୦ହଜାର ୩୮୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.