Latest Odisha News

ଓ୍ୱାନ୍ ଆର୍ଥ, ଓ୍ୱାନ୍ ହେଲଥ: G-7 ବୈଠକରେ ବିଶ୍ୱବାସୀଙ୍କୁ ମୋଦିଙ୍କ ମନ୍ତ୍ର

ନୂଆଦିଲ୍ଲୀ: G-7 ଶିଖର ସମ୍ମିଳନୀରେ ସାରା ବିଶ୍ୱକୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଓ୍ୱାନ୍ ଆର୍ଥ, ଓ୍ୱାନ୍ ହେଲଥ (ଗୋଟିଏ ପୃଥିବୀ, ଗୋଟିଏ ସ୍ୱାସ୍ଥ୍ୟ) ଆହ୍ୱାନ ଦେଇଛନ୍ତି । ବିଶେଷ ଅତିଥି ଭାବରେ G-7 ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରିତ କରାଯାଇଛି । ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ । ନିଜ ସମ୍ବୋଧନରେ ଦୁନିଆର ପ୍ରତିଟି ନାଗରିକଙ୍କ ପାଇଁ ଓ୍ୱାନ୍ ଆର୍ଥ, ଓ୍ୱାନ୍ ହେଲଥ ଭଳି ସୁବିଧା ଦିଗରେ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

କରୋନା କାଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଥିବା ଭେଦଭାବକୁ ଦୂର କରିବା ଦିଗରେ ଇସାରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କର ଏହି ମହତ ମନ୍ତବ୍ୟକୁ ଜର୍ମାନୀ ଚାନସେଲର ଆଞ୍ଜେଲା ମର୍କେଲଙ୍କ ସମେତ ଅନ୍ୟ ରାଷ୍ଟ୍ରର ମୁଖ୍ୟ ସ୍ୱାଗତ କରିଛନ୍ତି । ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଭାରତ କିଭଳି କରୋନା ବିରୋଧରେ ଲଢ଼େଇ କଲା ସେବିଷୟରେ କହିଥିଲେ । ଭାରତ ଏକ ସମଗ୍ର ସମାଜ ଭାବରେ ମହାମାରୀ ବିରୋଧରେ ଲଢ଼ଛି । ଯେଉଁଥିରେ ସରକାର, ଶିଳ୍ପ ଜଗତ ଓ ସାଧାରଣ ନାଗରିକ ସମାନ ଭୂମିକା ନିର୍ବାହ କରିଛନ୍ତି ।

G-7ରେ ଦୁନିଆର ସବୁଠୁ ବିକଶିତ ଗଣତାନ୍ତ୍ରିକ ରାଷ୍ଟ୍ର ଆମେରିକା, ଫ୍ରାନ୍ସ, କାନାଡା, ବ୍ରିଟେନ, ଜର୍ମାନୀ, ଜାପାନ ଓ ଇଟାଲୀ ଅଛନ୍ତି । ଗତ ଦୁଇ ଦିନ ଧରି ଚାଲିଥିବା ଏହି ଶିଖର ସମ୍ମିଳନୀରେ କରୋନା ମହାମାରୀକୁ ରୋକିବା ଓ ବିଶ୍ୱ ଅର୍ଥନୀତିକୁ ପୁଣି ଥରେ ଟ୍ରାକକୁ ଆଣିବା ଦିଗରେ ସାମୁହିକ ଉପାୟ ଉପରେ ବିଚାରବିମର୍ଶ କରାଯାଉଛି ।

Leave A Reply

Your email address will not be published.