ନୂଆଦିଲ୍ଲୀ: ଗତକାଲି କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ଆଜି ପିଜିଟିଭ୍ ସଂଖ୍ୟାରେ ଲମ୍ବଡିଆଁ ମାରିଛି ମହାମାମାରୀ। ୪ ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୮୨୪ କୋଭିଡ୍ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ରବିବାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରୁ ଏହା ଜଣାପଡ଼ିଛି।
ଆଜିର ସଂକ୍ରମଣ ୨୦୨୩ରେ ସର୍ବାଧିକ ହୋଇଥିବା ବେଳେ ସକ୍ରିୟ ସଂଖ୍ୟା ୧୮୩୮୯ରେ ପହଞ୍ଚିଛି। ଏଚ୍୩ଏନ୍୨ ଇନ୍ଫ୍ଲୁଏଞ୍ଜାର ଦ୍ରୁତ ସଂକ୍ରମଣ ଯୋଗୁ ଗତ କିଛିଦିନ ହେବ ଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସକ୍ରିୟ ହାର ୦୦.୪ ପ୍ରତିଶତ ରହିଥିବା ବେଳେ ସୁସ୍ଥ ହାର ୯୮.୭୭ ପ୍ରତଶତ ରହିଛି।
ସେହିପରି ଦିନକରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ମୃତକମାନେ ଦିଲ୍ଲୀ, ହରିଆମା, କେରଳ ଓ ରାଜସ୍ଥାନର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୱେବ୍ସାଇଟ୍ରେ ତଥ୍ୟ ଦିଆଯାଇଛି।
#Unite2FightCorona#LargestVaccineDrive
????? ?????https://t.co/Tj0ivvoX6i pic.twitter.com/sbzm4JKvRq
— Ministry of Health (@MoHFW_INDIA) April 2, 2023
ତେବେ କୋଭିଡ ସଂକ୍ରମଣ ବଢ଼ିବା ପରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ଗାଇଡ୍ଲାଇନ୍ କଡ଼ାକଡ଼ି କରାଯାଇଛି। ତାମିଲନାଡୁରେ ଡାକ୍ତରଖାନାରେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି। ବଢ଼ୁଥିବା ସଂକ୍ରମଣକୁ ଦେଖି ନିକଟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଉତ୍ତର ପ୍ରଦେଶରେ ସମସ୍ତ ଡାକ୍ତରଖାନାରେ ସମ୍ମୁଖ ଯୋଦ୍ଧାମାନଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି। ସମସ୍ତ ପଜିଟିଭ୍ ସାମ୍ପଲ୍ର ଜେନୋମ ସିକୁଏନ୍ସ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Comments are closed.