Latest Odisha News

BREAKING NEWS

କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ହତ୍ୟାକାରୀକୁ ଏନ୍‌କାଉଣ୍ଟର କଲା ୟୁପି ପୁଲିସ୍

ଲକ୍ଷ୍ନୌ: ୨୦୨୦ରେ କ୍ରିକେଟର ସୁରେଶ ରାଇନାଙ୍କ ପିଉସା, ପିଉସୀ ଓ କକା ପୁଅ ଭାଇଙ୍କୁ ହତ୍ୟା କରିଥିବା ଅପରାଧିକୁ ଏନ୍‌କାଉଣ୍ଟର କଲା ଉତ୍ତର ପ୍ରଦେଶର ମୁଜାଫରନଗର ପୁଲିସ। ଏହି ହତ୍ୟାକାଣ୍ଡରେ ସାମିଲ୍ ଥିବା ଅପରାଧୀ ରଶିଦ୍ ଓରଫ ସିପହିୟା ଓରଫ ଚଲ୍‌ତା ଫିର୍‌ତା ଉପରେ ପୂର୍ବରୁ ଉତ୍ତର ପ୍ରଦେଶ ପୁଲିସ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ହେଲେ ଶନିବାର ତାକୁ ଏନ୍‌କାଉଣ୍ଟର କରାଯାଇଛି।

ମୃତ ରଶିଦ ପାଖରୁ ବାଇକ୍ ଓ ବନ୍ଧୁକ ସହ କିଛି ଅଫୁଟା ଗୁଳି ଜବତ କରିଛି। ଏନ୍‌କାଉଣ୍ଟର ବେଳେ ରଶିଦ ପୁଲିସ ଗୁଳିର ଶିକାର ହୋଇଥିବା ବେଳେ ତାର ଅନ୍ୟ ଜଣେ ସାଥୀ ଚକ୍‌ମା ଦେଇ ଜଙ୍ଗଲ ରାସ୍ତାରେ ଖସିଯିବାରେ ସଫଳ ହୋଇଛି। ଏହି ଏନ୍‌କାଉଣ୍ଟରେ ପୁଲିସ କର୍ମୀ ବି ଗୁଳିରେ ଆହତ  ହୋଇଛନ୍ତି।

ସୂଚନା ଅନୁସାରେ ରଶିଦ ଆଉ ଏକ ହତ୍ୟା କରିବାକୁ ଆସୁଥିବା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ୟୁପି ପୁଲିସ ବାବରିଆ ଗ୍ୟାଙ୍ଗର ରଶିଦ୍‌କୁ ଧରିବାକୁ ଟିମ୍ ଗଠନ କରିଥିଲା। ଶାହପୁର ଓ ମୁଜାଫରନଗର ପୁଲିସ ମିଳିତ ଭାବେ ଉକ୍ତ ଏରିଆରେ ଚେକିଂ ଆରମ୍ଭ କରିଦେଇଥିଲେ।

ଚେକିଂ ସମୟରେ ସାହଡୁଡୀ ରାସ୍ତାରେ ବାଇକ୍‌ରେ ଯାଉଥିବା ଦୁଇ ଜଣଙ୍କୁ ପୁଲିସ ଅଟକିବାକୁ କହିଥିଲା। ହେଲେ ବାଇକ ସବାର ଦୁଇ ଜଣ ଅଟକିବା ବଦଳରେ ପୁଲିସ ଉପରେ ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ପୁଲିସକୁ ଗୁଳି କରିବା ପରେ ସେମାନେ ଆଖୁ କିଆରି ଦେଇ ଖସି ପଳାଇଥିଲେ। ଏହାପରେ ପୁଲିସ ତୁରନ୍ତ ଉକ୍ତ ଏରିଆକୁ ଘେରବାନ୍ଦୀ କରି ଫାଇରିଂ କରିଥିଲା।

ପୁଲିସ ଗୁଳିରେ ମୁରାଦାବାର ରଶିଦ ଆହତ ହୋଇ ତଳେ ପଡ଼ିଯାଇଥିଲା। ଅନ୍ୟପଟେ ଅପରାଧିଙ୍କ ଗୁଳିରେ ଶାହପୁର ଥାନା ଅଧ୍ୟକ୍ଷ ବବୁଲ କୁମାରୁ ମଧ୍ୟ ଆହତ ହୋଇଥିଲେ। ତେଣେ ରଶିଦର ସାଙ୍ଗ କିନ୍ତୁ ଖସିଯିବାରେ ସଫଳ ହୋଇଥିଲା।

ଏନ୍‌କାଉଣ୍ଟରରେ ଆହତ ହୋଇଥିବା ରଶିଦକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ବେଳେ ତାର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଥାନା ଅଧିକାରୀ ବବୁଲ କୁମାରୁଙ୍କ ଚିକିତ୍ସା ଜାରି ରହିଛି।

ମୁଜାଫରନଗର ଏସ୍‌ଏସ୍‌ପି ସଞ୍ଜୀବ ସୁମନଙ୍କ ସୂଚନା ଅନୁସାରେ ବାବରିଆ ଗ୍ୟାଙ୍ଗର ରଶିଦ ବିରୋଧରେ ହତ୍ୟା, ଏକାଧିକ ରାଜ୍ୟରେ ଲୁଣ୍ଠନ, ଡକାୟତି ସମେତ ୧୬ ଅପରାଧିକ ମାମଲା ରୁଜୁ ହୋଇଥିଲା । ସୁରେଶ ରାଇନା ପିଉଶୀଙ୍କ ପରିବାର ହତ୍ୟାକଣ୍ଡରେ ମଧ୍ୟ ରଶିଦ ସାମି୍ଲ ଥିଲା।

ସୂଚନା ଥାଉକି ୧୦ ଅଗଷ୍ଟ ୨୦୨୦ରେ କ୍ରିକେଟର ସୁରେଶ ରାଇନାଙ୍କ ପିଉସୀ ଘରେ ଆକ୍ରମଣ ହୋଇଥିଲା। ତାଙ୍କ ପିଉସୀ ଘର ପଠାନକୋଟ ମାଧୋପୁରର ଥରିଆଲ ଗାଁରେ। ଏହି ଆକ୍ରମଣରେ ରାଇନାଙ୍କ ପିଉସୀ, ପିଉସୀଙ୍କ ସହିତ କକାପୁଅ ଭାଇଙ୍କର ବି ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡ ପରେ ରାଇନାକୁ ଆଇପିଏଲ୍ ଆଧାରୁ ଛାଡି ଫେରିବାକୁ ପଡିଥିଲା।

 

Leave A Reply

Your email address will not be published.