Latest Odisha News

BREAKING NEWS

କରୋନା ସଂକ୍ରମଣରେ ଆଜି ସାମାନ୍ୟ ହ୍ରାସ; ଡାକ୍ତରଖାନାରେ ମାସ୍କ ବାଧ୍ୟତାମୁଳକ

ନୂଆଦିଲ୍ଲୀ: ଗତ କିଛିଦିନ ହେବ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଜି ଟିକେ ଆଶ୍ୱସ୍ତି ମିଳିଛି। ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ପାର୍ କରିଥିବା ବେଳେ ଆଜି ଏହି ସଂଖ୍ୟା ୩ ହଜାର ତଳକୁ ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଗତ ୨୪ ଘଣ୍ଟାରେ ୨,୯୯୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମଣକୁ ମିଶାଇଲେ ଦେଶରେ କରୋନା ସକ୍ରିୟ ସଂଖ୍ୟା ୧୬,୩୫୪ ହୋଇଛି।

ସେହିପରି ବର୍ତ୍ତମାନ ଦୈନକି ସଂକ୍ରମଣ ହାର ୨.୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୨.୦୩ ପ୍ରତିଶତ ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଓମିକ୍ରନର ପଞ୍ଚମ ଭ୍ୟାରିଏଣ୍ଟ ଏକ୍ସଏକ୍ସବି.୧.୧୬ ଭୂତାଣୁ ଭାରତରେ ଦ୍ରୁତସଂକ୍ରମଣ କରାଉଛି। ଲଗାତର ଦୁଇଦିନ ହେବ ଦେଶରେ ଦୈନିକ ସଂକ୍ରମଣ ୩ ହଜାର ପାର କରିଥିବା ବେଳେ ଆଜି ଟିକେ କମିିଛି।

ତେବେ କୋଭିଡ ସଂକ୍ରମଣ ବଢ଼ିବା ପରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ଗାଇଡ୍‌ଲାଇନ୍‌ କଡ଼ାକଡ଼ି କରାଯାଇଛି। ତାମିଲନାଡୁରେ ଡାକ୍ତରଖାନାରେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି। ବଢ଼ୁଥିବା ସଂକ୍ରମଣକୁ ଦେଖି ନିକଟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ସେହିପରି ଉତ୍ତର ପ୍ରଦେଶରେ ସମସ୍ତ ଡାକ୍ତରଖାନାରେ ସମ୍ମୁଖ ଯୋଦ୍ଧାମାନଙ୍କୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି। ସମସ୍ତ ପଜିଟିଭ୍ ସାମ୍ପଲ୍‌ର ଜେନୋମ ସିକୁଏନ୍ସ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Leave A Reply

Your email address will not be published.