Latest Odisha News

BREAKING NEWS

ଶକ୍ତିଶାଳୀ ହେବ ପ୍ରତିରକ୍ଷା ବାହିନୀ: ସାମିଲ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ

ନୂଆଦିଲ୍ଲୀ: ଆହୁରି ମଜବୁତ୍ ହେବ ଭାରତୀୟ ପ୍ରତିରକ୍ଷା ବାହିନୀ । ଶତ୍ରୁ ପକ୍ଷର ବିମାନ, ଡ୍ରୋନ, ହେଲିକପ୍ଟରକୁ ଧ୍ବଂସ କରିବା ଲାଗି ବିକଶିତ ହେବ ସ୍ବଦେଶୀ ମ୍ୟାନ-ପୋର୍ଟେବଲ ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ । ଏହା ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯିବ।

ଅତି ନିକଟରୁ ଟାର୍ଗେଟ ଖସାଇବା ଲାଗି ଏହାକୁ ନିର୍ମାଣ କରାଯିବ । ବର୍ତ୍ତମାନ ଋଷ ନିର୍ମିତ ଅସ୍ତ୍ରଶସ୍ତ୍ର ଭାରତୀୟ ସୈନ୍ୟ ବ୍ୟବହାର କରୁଛନ୍ତି। ଚୀନ ଓ ପୂର୍ବ ଲଦାଖରେ ଏହି ଧରଣର ଅସ୍ତ୍ର ବ୍ୟବହାର କରାଯାଉଛି । ପ୍ରାୟ ୬ କିଲୋମିଟର ଦୂରରୁ ଶତ୍ରୁ ପକ୍ଷର ବିମାନ, ହେଲିକପ୍ଟର ଓ ଡ୍ରୋନ ଆଦି ଧ୍ବଂସ କରିବା ଲାଗି ଡିଆରଡିଓ ପକ୍ଷରୁ ଏହି ଅସ୍ତ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ଏହି ଧରଣର ଅସ୍ତ୍ର ମ୍ୟାନପ୍ୟାଡସର ବ୍ୟବହାର କରାଯାଉଛି।

ଏବେ ଫୋର୍ଥ ଜେନେରେସନ କୁହାଯାଉଥିବା ଭିସୋରାଡସର ବିକଶିତ କରାଯିବ । ଏଥିପାଇଁ ପ୍ରତିରକ୍ଷା ବିଭାଗ ଖର୍ଚ୍ଚ କରିବ ୧୯୨୦ କୋଟି ଟଙ୍କା । ଗତବର୍ଷ ୧୦୦ଟି ଇଗାଲା ଏସ ମିସାଇଲ ଓ ୪୮ଟି ଲଞ୍ଚର ଲାଗି ଭାରତୀୟ ସେନା ଚୁକ୍ତି କରିଥିଲା ।ଏହାକୁ ଡିଆରଡିଓର ରିସର୍ଚ୍ଚ ସେଣ୍ଟର ଇମରତ ଏବଂ ଭାରତୀୟ ଉଦ୍ୟୋଗ ଭାଗିଦାରୀର ସହଯୋଗରେ ସ୍ୱଦେଶୀ ରୂପରେ ଡିଜାଇନ ଏବଂ ବିକଶିତ କରାଯାଇଛି। ଭିସୋରାଡସରେ ଅନେକ ନୂତନ କୌଶଳ ସାମିଲ କରାଯାଇଛି। ଏଥିରେ ଲଘୁ ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ ଏବଂ ଏକୀକୃତ ଏଭିୟୋନିସ୍କ ସାମିଲ ରହିଛି। କମ ଦୂରତା ଏବଂ କମ ଉଚ୍ଚତାରୁ ଥିବା ଆକାଶମାର୍ଗ ବିପଦକୁ ଏହା ବିଫଳ କରିବ। ସହଜ ଉଡାଣ ସୁନିଶ୍ଚିତ କରିବା ପାଇଁ ଲଞ୍ଚର ସହ ମିଶାଇଲର ଡିଜାଇନକୁ ପ୍ରସ୍ତୁତ କରାଯାଇଛି।

 

 

Leave A Reply

Your email address will not be published.