Latest Odisha News

ତେଜସ ପରେ ରୁଷିଆଠାରୁ ଭାରତ ଅଧିକ ସୁଖୋଇ, ମିଗ୍ ବିମାନ କିଣିବ

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ ଭାରତ ପାଇଁ ସର୍ବଦା ବିପଦ ସୃଷ୍ଟି କରୁଥିବାରୁ ଏଥିପ୍ରତି କେନ୍ଦ୍ର ସରକାର ଯତ୍ନବାନ୍ ହୋଇଛନ୍ତି । ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ତେଜସ ପରେ ଭାରତ ୨୧ଟି ମିଗ୍‌-୨୯ ଓ ୧୨ ସୁଖୋଇ-୩୦ ବିମାନ କିଣିବା ପାଇଁ ନିଷ୍ପତି ନେଇଛି । ସୁରକ୍ଷା କ୍ୟାବିନେଟ ପକ୍ଷରୁ ଏ ନେଇ ଏକ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

ଭାରତର ଏହି ପଦକ୍ଷେପ ନେଇ ଚୀନ ଏବଂ ପାକିସ୍ତାନର ଚିନ୍ତା ବଢ଼ିଛି । ଉଭୟ ଦେଶ ସୀମାରେ ସର୍ବଦା କିଛି ନା କିଛି ଷଡଯନ୍ତ୍ର ରଚୁଛନ୍ତି । ଭାରତ ରୁଷିଆ ନିକଟରୁ ଓଭରାଲ ୨୭୨ ସୁଖୋଇ ବିମାନ କିଣିବା ନେଇ ଚୁକ୍ତି କରିଛି । ଏବେ ଆଇଏଏଫ ନିକଟରେ ୨୬୮ ଯୁଦ୍ଧ ବିମାନ ଅଛି । ୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Leave A Reply

Your email address will not be published.