Latest Odisha News

ଜୁଲାଇ ୧୮ରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ

କଲମ୍ବୋ: କରୋନା ମହାମାରୀ ଯୋଗୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସୀମିତ ଓଭର ବିଶିଷ୍ଟ କାର୍ଯ୍ୟସୂଚୀରେ ପରିବର୍ତନ କରାଯାଇଛି । ଜୁଲାଇ ୧୩ ବଦଳରେ ୧୮ରୁ ଦିନିକିଆ ସିରିଜ ଆରମ୍ଭ ହେବ । ୨୦ ଓ ୨୩ରେ ବାକି ୨ଟି ଦିନିକିଆ ଏବଂ ୨୫ରୁ ଟି୨୦ ସିରିଜ ଆରମ୍ଭ ହେବ । ସେହିପରି ୨୭ ଓ ୨୯ ତାରିଖରେ ଦ୍ୱିତୀୟ ଏବଂ ତୃତୀୟ ଟି୨୦ ମ୍ୟାଚ ଖେଳାଯିବ ।

BjdElectrycity

ଶ୍ରୀଲଙ୍କା ଦଳର ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାର ଓ ଡାଟା ଆନାଲିଷ୍ଟ ଜିଟି ନିରୋଶାନ କରୋନା ପଜିଟିଭ ଚିହ୍ନଟ ହେବା ପରେ ଖେଳାଳିଙ୍କ କ୍ୱାରେଂଟାଇନ ସମୟ ସୀମା ବଢ଼ା ଯାଇଥିଲା । ଯାହା ଫଳରେ ସିରିଜ ଘୁଂଚାଇବା ଜରୁରୀ ହୋଇ ପଡିଥିଲା ବୋଲି ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.