ରାଉରକେଲା: ଟୋକିଓ ଅଲିମ୍ପିକ୍ସ ଆଉ କେତୋଟି ହାତ ଗଣତି ଦିନ ପରେ ଆରମ୍ଭ ହୋଇଯିବ । ଭାରତ ପୁରୁଷ ହକି ଦଳଠାରୁ ପଦକ ଆଶାରେ ରହିଛନ୍ତି କ୍ରୀଡାପ୍ରେମୀ । ତେବେ ଦଳରେ ଅଭିଜ୍ଞ ଖେଳାଳିଙ୍କ ଅଭାବ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପୂର୍ବତନ ଅଲିମ୍ପିଆନ ତଥା ଓଡିଶାର ମହାନ ହକି ଖେଳାଳି ଲାଜରୁସ ବାର୍ଲା । ବିଶ୍ୱର ୪ନମ୍ବର ସ୍ଥାନରେ ଥିବା ଭାରତୀୟଠାରୁ ଏଥର ଅଧିକ ଆଶା ରହିଛି ବୋଲି ସେ କହିଛନ୍ତି ।
ଦଳରେ ୧୦ ଖେଳାଳି କ୍ୟାରିୟରରେ ପ୍ରଥମ ଥର ପାଇଁ ଅଲିମ୍ପିକ ଖେଳିବାକୁ ଯାଉଛନ୍ତି । ସେମାନେ ଫିଟ ଏବଂ ମନୋବଳ ଉଚ୍ଚରେ ଥିଲେ ମଧ୍ୟ ସିନିୟର ଖେଳାଳିଙ୍କ ଅଭାବ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ସମୟରେ ପରିଲକ୍ଷିତ ହେବ । ବର୍ତମାନ ଦେଖିବା କଥା ଚାପଭରା ପରିସ୍ଥିତିରେ ସେମାନେ କିପରି ପ୍ରଦର୍ଶନ କରୁଛନ୍ତି । ସେମାନଙ୍କ ଭଲ ପ୍ରଦର୍ଶନ ନେଇ ଆଗୁଆ ଶୁଭେଚ୍ଛା ଜଣାଉଛି ବୋଲି ୨୦୦୦ ସିଡନୀ ଅଲିମ୍ପିକ୍ସ ଖେଳିଥିବା ଲାଜରୁସ କହିଛନ୍ତି । ଲଲିତ ଉପାଧ୍ୟୟ ଓ ମନଦୀପ ସିଂଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଯୁବ ଖେଳାଳି । ଅବଶ୍ୟ ଚୟନ କମିଟି ଭାବି ଚିନ୍ତି ପଦକ୍ଷେପ ଗ୍ରହଣ କରିଥିବ ବୋଲି ମୋର ଆଶା । ଏହି ଅବସରରେ ସେ ମହିଳା ହକି ଟିମ ଶୃଙ୍ଖଳିତ ଏବଂ ସମନ୍ୱିତ ରହିଛି ବୋଲି ସେ କହିଛନ୍ତି । ଦୀପଗ୍ରେସ ଏକ୍କାଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ । ତେବେ ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜଙ୍କୁ କାହିଁକି ଚୟନ କରା ନ ଗଲା ତାହା ବୁଝା ପଡୁନି ।
ହକି ଇଣ୍ଡିଆ କାହିଁକି ବୀରେନ୍ଦ୍ର ଲାକ୍ରା ଏବଂ ଦୀପଗ୍ରେସ ନାମ ଅର୍ଜୁନ ପୁରସ୍କାର ପାଇଁ ପଠାଇଲା ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଲାଜରୁସ । ଦୀପଗ୍ରେସ ଏବଂ ବୀରେନ୍ଦ୍ର ଜାତୀୟ ଦଳର ଉପ ଅଧିନାୟକ ଦାୟିତ୍ୱ ତୁଲାଇବା ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି କହିଛନ୍ତି । ପୁରସ୍କାର ପାଇଁ ଚୟନ ଏବଂ ଦଳ ବାଛିବା ନେଇ କେଉଁଠାରେ ତ୍ରୁଟି ରହିଯାଉଛି ବୋଲି ପୂର୍ବତନ ଅଲିମ୍ପିଆନ ଜଣଙ୍କ କହିଛନ୍ତି । ଏ ନେଇ ସେ ଆକାଶଦୀପ ସିଂଙ୍କ ଉଦାହରଣ ଦେଇଛନ୍ତି । ଗତ ବର୍ଷ ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳି ଏଥର ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ପାଉନି । ଏ ସବୁ ସତ୍ୱେ ଭାରତର ଭଲ ପ୍ରଦର୍ଶନ ନେଇ ସେ ଦୃଢ଼ ଆଶା ପୋଷଣ କରିଛନ୍ତି ।
BREAKING NEWS
- ଏମ୍ସରେ ଖୋଲିଲା ୩ଟି ଅତ୍ୟାଧୁନିକ ପରୀକ୍ଷାଗାର, ସୁବ୍ୟବସ୍ଥିତ ହେବ ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ
- ITF M25 ପୁରୁଷ ଟେନିସ୍ ଟୁର୍ଣ୍ଣାମେଂଟ: ଅନ୍ତର୍ଜାତୀୟ ଟେନିସ୍ ମାନଚିତ୍ରରେ ସ୍ଥିତି ସୁଦୃଢ କଲା ଓଡିଶା
- ଚୀନ୍ ସୀମାରେ ଉତ୍ତେଜନା ମଧ୍ୟରେ ITBPରେ କର୍ମଚାରୀ ସଙ୍କଟ: ୩୩% ବରିଷ୍ଠ ଆଇପିଏସ୍ ପଦବୀ ଖାଲି
- ସମୁଦ୍ରରେ ବଡ଼ ଅଘଟଣରୁ ବର୍ତ୍ତିଲା ମାଲବାହୀ ଜାହାଜ, ବଞ୍ଚିଗଲେ ୨୭ ନାବିକ
- ଉତ୍ତରାଖଣ୍ଡରେ ଭୟଙ୍କର ସଡ଼କ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
- ଗହୀରମଥାରୁ ୨ଟି ଟ୍ରଲର ସହ ୧୮ ମତ୍ସ୍ୟଜୀବୀ ଗିରଫ
- ଖୁସି କରେଇଦେଲା ସୁନା ମୂଲ୍ୟ, ଦୀର୍ଘ ଦିନ ପରେ କମିଲା ହଳଦିଆ ଧାତୁ ଦର
- ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ପୁର୍ବରୁ କିୱି ଦଳକୁ ବଡ଼ ଝଟକା: ଆହତ ଯୋଗୁ ସାଣ୍ଟନର ବାଦ୍ ,ଡିନ୍ ଫକ୍ସକ୍ରଫ୍ଟ ସାମିଲ
- ଆସନ୍ତାକାଲିଠୁ ବିଧାନସଭା ଶୀତ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ
- ସୋନିଆଙ୍କ ଆତ୍ମଜୀବନୀ ଉନ୍ମୋଚନରେ କେମ୍ବ୍ରିଜ୍ ସ୍ମୃତି ବଖାଣିଲେ ରାହୁଲ, କହିଦେଲେ ନିଜ ପ୍ରେମିକାଙ୍କ କଥା
Comments are closed.