Latest Odisha News

BREAKING NEWS

୨୦୩୮ ଏସିଆନ ଗେମ୍ସ ଆୟୋଜନ ନେଇ ଆଗ୍ରହ ପ୍ରକାଶ କଲା ଭାରତ

ନୂଆଦିଲ୍ଲୀ: ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ଓ ୨୦୩୬ ଅଲିମ୍ପିକ୍ସ ପରେ ଏବେ ଭାରତ ୨୦୩୮ ଏସିଆନ ଗେମ୍ସ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଚୀନରେ ଆୟୋଜିତ ଅଲିମ୍ପିକ୍ସ କାଉନ୍ସିଲ ଅଫ ଏସିଆର ଏକଜିକ୍ୟୁଟିଭ ବୋର୍ଡ ବୈଠକରେ ଭାରତକୁ ଆୟୋଜନ ଅଧିକାର ପ୍ରଦାନ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା । ଭାରତର ପ୍ରସ୍ତୁତିକୁ ଅନୁଧ୍ୟାନ କରିବା ପାଇଁ ଏକ ଟିମ ଆସିବ । ଏହା ପରେ ଚୂଡାନ୍ତ ନିଷ୍ପତି ନିଆଯିବ । ୨୦୩୮ ଏସିଆନ ଗେମ୍ସ ଆୟୋଜନ କରିବା ପାଇଁ ଦକ୍ଷିଣ କୋରିଆ ଓ ମଙ୍ଗୋଲିଆ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି । ଭାରତ ସରକାର ଅହମ୍ମଦାବାଦରେ ଏକ କ୍ରୀଡା ହବ କରିବା ପାଇଁ ଯୋଜନା ପ୍ରସ୍ତୁତି କରିଛନ୍ତି ।

ନରେନ୍ଦ୍ର ମୋଦି ଷ୍ଟାଡିୟମ ନିକଟରେ ସରଦାର ବଲ୍ଲବଭାଇ ପଟେଲ ସ୍ପୋର୍ଟ୍ସ ଏକକ୍ଲେଭ ୩୫୫ ଏକର ସ୍ଥାନରେ ପ୍ରସ୍ତୁତ କରାଯାଉଛି । ଏଠାରେ ବିଶେଷ ଭାବେ ଆକ୍ୱାଟିକ୍ସ ସେଂଟର, ଟେନିସ ଓ ଇଣ୍ଡୋର ଏରିନା ପ୍ରସ୍ତୁତ ହେବ । ଗାନ୍ଧୀନଗରରେ ୧୪୩ ଏକରରେ ଆଥଲେଟିକ୍ସ ଷ୍ଟାଡିୟମ, ଶୁଟିଂ କମ୍ପେକ୍ଲସ ଓ ଅନ୍ୟ ଭେନ୍ୟୁ ପ୍ରସ୍ତୁତ କରାଯିବ । ୧୯୫୧ରେ ଭାରତରେ ପ୍ରଥମ ଥର ପାଇଁ ଏସିଆନ ଗେମ୍ସ ଆୟୋଜିତ ହୋଇଥିଲା । ଏହା ପରେ ୧୯୮୨ରେ ପୂନର୍ବାର ଆୟୋଜିତ ହୋଇଥିଲା । ଦୀର୍ଘ ୫୬ ବର୍ଷ ପରେ ଭାରତରେ ଆଉ ଥରେ ଏସିଆନ ଗେମ୍ସ ଆୟୋଜିତ ହେବ ।

Leave A Reply

Your email address will not be published.