Latest Odisha News

BREAKING NEWS

ଜଳୁଛି ଓଡ଼ିଶା; ୪୪° ଟପିଲା ଝାରସୁଗୁଡ଼ା ପାରଦ, ଜାଣନ୍ତୁ କେଉଁଠି କେତେ ତାପମାତ୍ରା…

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ଶୁକ୍ରବାର ଅପରାହ୍ନ ୨.୩୦ ସୁଦ୍ଧା ଝାରସୁଗୁଡ଼ାରେ ପାରଦ ୪୪.୬⁰ ସେଲ୍ସିୟସ୍ ବୃଦ୍ଧି ପାଇଛି।

ବୁଧବାର ଦିନ ଝାରସୁଗୁଡ଼ା ଦେଶର ସବୁଠାରୁ ଉତ୍ତପ୍ତ ସ୍ଥାନ ଭାବରେ ଉଭା ହୋଇଥିଲା। ଯାହା ଆଜିର ୪୪.୬⁰ସେଲ୍ସିୟସ୍ ଠାରୁ ୩.୪ ଡିଗ୍ରୀ ଅଧିକ ରେକର୍ଡ କରାଯାଇଥିଲା। ତା ପରଦିନ ତାଳଚେରରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ବେଳେ ଭୁବନେଶ୍ୱର ଏବଂ କଟକ ସମେତ ୨୪ ଟି ସ୍ଥାନରେ ତାପମାତ୍ରା ୪୦⁰ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଥିଲା।

ସମ୍ବଲପୁର (୪୨.୮⁰ ସେଲ୍ସିୟସ୍), ହୀରାକୁଦ (୪୨.୬⁰ ସେଲ୍ସିୟସ୍), ଭୁବନେଶ୍ୱର (୩୯.୨° ସେଲ୍ସିୟସ୍), କେନ୍ଦୁଝର (୩୮.୬° ସେଲ୍ସିୟସ୍) ଏବଂ ରାଉରକେଲା (୪୨.୪⁰ ସେଲ୍ସିୟସ୍)ରେକର୍ଡ କରାଯାଇଛି।

ସେହିପରି ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାର ଅନେକ ସ୍ଥାନରେ ଏପ୍ରିଲ ୨୫ ପର୍ଯ୍ୟନ୍ତ ଗରମ ଅନୁଭୂତ ହେବ।

Comments are closed.