Latest Odisha News

BREAKING NEWS

ଅଗ୍ନି-୫ ମିସାଇଲର ସଫଳ ଉତକ୍ଷେପଣ, ଚୀନ-ପାକିସ୍ତାନକୁ ସତର୍କଘଣ୍ଟି

ଭଦ୍ରକ: ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତକୁ ବଡ଼ ସଫଳତା। ବାଲିଷ୍ଟିକ ମିସାଇଲ ଅଗ୍ନି ୫ର ଆଜି ସଫଳ ପରୀକ୍ଷଣ ହୋଇଛି। ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡରୁ ସନ୍ଧ୍ୟା ୭ତ ୫୦ ମିନିଟରେ ଏହାର ଉତକ୍ଷେପଣ କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ଓ ଗବେଷଣା ଉନ୍ନୟନ ସଂସ୍ଥା(DRDO) ଏହି ମିସାଇଲ ବିକଶିତ କରିଛି।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରି ପାରୁଥିବା ଅଗ୍ନି ୫ ମିସାଇଲର ଲକ୍ଷ୍ୟଭେଦ କ୍ଷମତା ୫୦୦୦ କିଲୋମିଟର। ଏଥିରେ ୩ଟି ସ୍ତରରେ କଠିନ ଇନ୍ଧନ ବ୍ୟବହାର ହେଉଛି। ଏହାର ଲମ୍ବ ୧୭ ମିଟର ଏବଂ ଓସାର ୨ ମିଟର। ଅଗ୍ନି ୫ର ଓଜନ ୫୦ ଟନ୍। ନ୍ୟୁକ୍ଲିଅର୍ ଯୁଦ୍ଧାସ୍ତ୍ର ବହନ କରିପାରିବ ଏହି ମିସାଇଲ । ସ୍ବଦେଶ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି ୫ କ୍ଷେପଣାସ୍ତ୍ରର ଏହା ଥିଲା ଅଷ୍ଟମ ପରୀକ୍ଷଣ।

Leave A Reply

Your email address will not be published.