Latest Odisha News

BREAKING NEWS

ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଲା ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ

ଭୁବନେଶ୍ବର : ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ମିଳିଛି ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ । ଏଜୁକେଶନ ଓ୍ବାର୍ଲଡର ଏ++ ସର୍ବୋଚ୍ଚ ସମ୍ମାନ ‘ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ ୨୦୨୧-୨୨ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ପ୍ରଦାନ କରାଯାଇଛି । ଦେଶର କୋଣ ଅନୁକୋଣରୁ ୭୧୬ଟି ସ୍କୁଲ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ବେଙ୍ଗାଳୁରୁରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୂର୍ବ ଭାରତର ଏକ ମାତ୍ର ସ୍କୁଲ ଭାବେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲକୁ ଏହି ସମ୍ମାନ ମିଳିଛି । ଭିତ୍ତିଭୂମି, ଶିକ୍ଷାଦାନ ଓ ମୂଲ୍ୟାଙ୍କନ, ଜାତୀୟ ଓ ଅନ୍ତର୍ଜାତୀୟ ସହଭାଗିତା, କ୍ରୀଡ଼ା ଓ ସହପାଠ୍ୟକ୍ରମ ସାଙ୍ଗକୁ ପ୍ରଯୁକ୍ତିବିଦ୍ୟା ଏକୀକରଣ ପରି ୫ଟି ପାରାମିଟର ନେଇ ମୂଲ୍ୟାଙ୍କନ କରାଯାଇଥିଲା ।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ସହ ଦେଶର ମାତ୍ର ୩ଟି ସ୍କୁଲ ଏହି ଏ++ ସର୍ବୋଚ୍ଚ ସମ୍ମାନ ‘ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ’ରେ ସମ୍ମାନୀତ ହୋଇଛନ୍ତି । ଏହି ସ୍କୁଲ ଗୁଡିକ ହେଲା ମୁମ୍ବାଇର ଧିରୁଭାଇ ଅମ୍ବାନୀ ସ୍କୁଲ, ଦିଲ୍ଲୀର ହେରିଟେଜ୍ ସ୍କୁଲ ଓ ବେଙ୍ଗାଳୁରୁର ଇଣ୍ଡସ୍ ଇଣ୍ଟରନ୍ୟାସନାଲ ସ୍କୁଲ ।

ସାଇ ଇଣ୍ଟରନ୍ୟାସନାଲର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଏହି ଅବସରରେ କହିଛନ୍ତି ଯେ, ଗତ ବର୍ଷ ସ୍କୁଲକୁ ଦେଶର ଏକ ନମ୍ବର ମାନ୍ୟତା ମିଳିଥିବା ବେଳେ, ଚଳିତ ବର୍ଷ ସ୍କୁଲ ଅଫ୍ ଏମିନେନ୍ସ ଆଓ୍ବାର୍ଡ ଆମକୁ ଆଗକୁ ବଢ଼ିବାରେ ସହଯୋଗ କରିବ । ଗୁଣାତ୍ମକ ଓ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାର ଏହି ପ୍ରଚେଷ୍ଟା ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି ସାଇ ଇଣ୍ଟରନ୍ୟାସନାଲର ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ।

Leave A Reply

Your email address will not be published.