Latest Odisha News

ଅଗ୍ନି ପ୍ରାଇମ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଏହି ମିଶାଇଲର ପରୀକ୍ଷଣ ଓଡ଼ିଶାର ବାଲେଶ୍ୱର ଠାରେ କରାଯାଇଥିଲା । ଅଗ୍ନି ପ୍ରାଇମ୍ ମିଶାଇଲ୍ ଅଗ୍ନି ସିରିଜର ଏକ ଆଧୁନିକ ମିସାଇଲ୍ ଅଟେ । ଜାତୀୟଗଣମାଧ୍ୟମ ସୂଚନା ଅନୁସାରେ ଏହା ୧୦୦୦ରୁ ୨୦୦୦ କିଲୋମିଟର ମଧ୍ୟରେ ଆକ୍ରମଣ କରିପାରିବ । ଅଗ୍ନି ପ୍ରାଇମ୍ କ୍ଷେପଣାସ୍ତ୍ର ଅଗ୍ନି ସିରିଜର ଷଷ୍ଠ କ୍ଷେପଣାସ୍ତ୍ର ଅଟେ । ଏହି କ୍ଷେପଣାସ୍ତ୍ରକୁ ଡିଆରଡିଓ ଦ୍ୱାରା ବିକଶିତ କରାଯାଇଛି । ଏହାକୁ ଟ୍ରେନ କିମ୍ବା କଣ୍ଟେନରରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିବ।

ଅତୀତରେ ଭାରତ ଓଡ଼ିଶାର ଚାନ୍ଦିପୁରରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା । ଏହା ପୂର୍ବରୁ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ଆଣ୍ଟି ସିପ୍ ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ଅଗ୍ନି ପ୍ରାଇମ ସମସ୍ତ ଉଦ୍ଦେଶ୍ୟକୁ ଦକ୍ଷତାର ସହ ପୂରଣ କରିଥିବା କଥା ଅଧିକାରୀମାନେ କହିଛନ୍ତି ।

Comments are closed.