Latest Odisha News

BREAKING NEWS

ଭଦ୍ରକ ନଳାଙ୍ଗ ଠାରେ ଉଦଘାଟନ ହେଲା ନୂତନ ଜିଲ୍ଲା କୋର୍ଟ

ଭଦ୍ରକ : ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ବହୁ ବାଦ ବିବାଦ ପରେ ଶେଷରେ ଆଜି ଭଦ୍ରକ ଜିଲ୍ଲା ନ୍ୟାୟଳୟର ନୂତନ କୋର୍ଟ ନଳାଙ୍ଗ ଠାରେ ଉଦଘାଟିତ ହୋଇଯାଇଛି ।ମାନ୍ୟବର ଉଚ୍ଚନ୍ୟାୟାଳୟ ମୁଖ୍ୟ ବିଚାରପତି ଏସ ମୁରଲିଧରନ ଭର୍ଚ୍ୟୁଆଲ ମାଧ୍ୟମରେ କୋର୍ଟକୁ ଉଦଘାଟନ କରିଛନ୍ତି । ୨୦୧୬ ଭଦ୍ରକ ନଳାଙ୍ଗ ଅଞ୍ଚଳରେ ଏହି ନୂତନ ଜିଲ୍ଲା କୋର୍ଟ ବିଲ୍ଡିଂ କାମ ଆରମ୍ଭ ହୋଇଥିଲା ।

ହେଲେ ଏହି କାମକୁ ଭଦ୍ରକ ଓକିଲ ସଂଙ୍ଘ ୨ ବର୍ଷ ଧରି ବିରୋଧ କରିଆସୁଥିଲେ । ହେଲେ ବହୁ ବାଦ ବିବାଦ ପରେ ଶେଷରେ ଆଜି କୋର୍ଟ ଉଦଘାଟିତ ହୋଇଛି । ଏହି ଉଦଘାଟନି ଉତ୍ସବରେ ଭଦ୍ରକ ଜିଲ୍ଲା ନ୍ୟାୟଧୀଶ ଜଷ୍ଟିସ ଦେବବ୍ରତ ଦାସ, ଜଷ୍ଟିସ ସୁବାସ ପରିଜାଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ବିଚାରପତି ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଲେ ପୂର୍ବ ନିଷ୍ପତି କ୍ରମେ ଓକିଲ ସଂଙ୍ଘର କୌଣସି ଓକିଲ ସେଠାକୁ ନଯାଇ । ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ ଜାରି ରଖିଛନ୍ତି କିଛି ଓକିଲମାନେ । ଅନ୍ୟପଟେ କିଛି ଓକିଲ ଭଦ୍ରକରେ ଥିବା ପୂରୁଣା କୋର୍ଟ ପରିସରରେ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରି ଟାୟାର ଜାଳି ବିରୋଧ କରିଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.