Latest Odisha News

BREAKING NEWS

ବାଲାଷ୍ଟିକ୍ ମିସାଇଲ ପୃଥ୍ବୀ-୨ର ବ୍ୟବହାରିକ ପରୀକ୍ଷଣ ସଫଳ

ବାଲେଶ୍ବର: ଦୁଇଟି ପୃଥ୍ବୀ-୨ ବାଲାଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣ । ବାଲେଶ୍ବର ଚାନ୍ଦିପୁର ଆରଟିଆରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଏହାର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ ଭେଦ କରିପାରିବ । ଏହା ୫୦୦ରୁ ୧ ହଜାର କିଲୋଗ୍ରାମ୍ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖିଛି ।

କ୍ଷେପଣାସ୍ତ୍ରର ଲମ୍ବ ୯ ମିଟର ରହିଥିବାବେଳେ ବ୍ୟାସାର୍ଦ୍ଧ ରହିଛି ୮.୫୬ ମିଟର । କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ । ଗତ ଅକ୍ଟୋବର ୧୬ ତାରିଖରେ ଏହି କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷା ସଫଳ ହୋଇଥିଲା ।

Leave A Reply

Your email address will not be published.